ସୋସିଆଲ ମିଡ଼ିଆରେ ବିଜେଡ଼ି ଖର୍ଚ୍ଚ କରିଛି ୮୩ କୋଟି
Biju Janata Dal

ଭୁବନେଶ୍ୱର : ବିଜେଡ଼ି ନିର୍ବାଚନୀ ଖର୍ଚ୍ଚର ସିଂହଭାଗ ସୋସିଆଲ ମିଡ଼ିଆ ପାଇଁ କରାଯାଇଥିଲା । ଏକ୍ସପିରେୟନ୍ସ ପ୍ଳାଟଫର୍ମ, କନସେପଚୁଆଲ ମେଡ଼ିଆ, ଏକ୍ସପ୍ଳସଏସଡ଼ି ଇଭେଣ୍ଟସକୁ ଏହି ଟଙ୍କା ଦିଆଯାଇଛି । ଏକ୍ସପେରିୟନ୍ସ ପ୍ଳାଟଫର୍ମ ଇନଷ୍ଟାଗ୍ରାମ ପାଇଁ ଦୁଇ ଦଫାରେ ୬୪ ଲକ୍ଷ ୧୯ ହଜାର ଟଙ୍କା ଓ ୯୬ ଲକ୍ଷ ୬୪ ହଜାର ୨୦୦ ଟଙ୍କା ନେଇଛି । ସେହିପରି ମେଟା ପାଇଁ ତିନି ଦଫାରେ ୧୧ କୋଟି ୮୦ ଲକ୍ଷ ଟଙ୍କା, ୨୩ କୋଟି ୯୮ ଲକ୍ଷ ଟଙ୍କା ଓ ୩୬ କୋଟି ୩୨ ଲକ୍ଷ ୭୬ ହଜାର ଟଙ୍କା ନେଇଛି ।
ସେହିପରି କନସେପଚୁଆଲ ମିଡ଼ିଆ ୧ କୋଟି ୧୮ ଲକ୍ଷ ଟଙ୍କା ନେଇଛି । ଅପରପକ୍ଷରେ ଗୁଗୁଲ ପାଇଁ ଏକ୍ସ ପଲସ ୟୁଏସଡ଼ି ଇଭେଣ୍ଟସ ଦୁଇ ଦଫାରେ ୫୨ ଲକ୍ଷ ୬୨ ହଜାର ଓ ୨ କୋଟି ୯୨ ଲକ୍ଷ ଟଙ୍କା ନେଇଛି । ଅପରପକ୍ଷରେ ମେଟା ପାଇଁ ଦୁଇ ଦଫାରେ ୧ କୋଟି ୯୦ ଲକ୍ଷ ଓ ୬୩ ହଜାର ୩୦ ଟଙ୍କା ଦିଆଯାଇଛି । ଇନଷ୍ଟାଗ୍ରାମ ପାଇଁ ସେହି କମ୍ପାନୀକୁ ୧ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏତଦବ୍ୟତୀତ ଏକ୍ସପେରିୟନ୍ସ ପ୍ଳାଟଫର୍ମକୁ ଦୁଇଦଫାରେ ମେଟା ପାଇଁ ୮ ଲକ୍ଷ ୬୧ ହଜାର ଟଙ୍କା ଓ ୨୫ ଲକ୍ଷ ୯୩ ହଜାର ଟଙ୍କା ଦିଆଯାଇଛି । ଗାଏମୋଟ ଦେଖିଲେ ଏକ୍ସପେରିୟନ୍ସ ପ୍ଳାଟଫର୍ମ ହିଁ ୭୨ କୋଟିରୁ ଉଦ୍ଧ୍ୱର୍ ଟଙ୍କା ନେଇଛି ।