୮୪ଟି ନକଲି ମେଡିସିନ ଚିହ୍ନଟ, ୧୫ ଗିରଫ

 ଭୁବନେଶ୍ୱର  : ରାଜ୍ୟରେ ଦିନକୁ ଦିନ ମେଡିକାଲ ଦୋକାନ ସଂଖ୍ୟା ଛତୁ ଫୁଟିଲା ଭଳି ବଢୁଥିବା ଦେଖିବାକୁ ମିଳୁଛି  । ବହୁ ଷ୍ଟୋରରେ ଫାର୍ମା ସାର୍ଟିପିକେଟ ପଇସ ଦେଇ ଆଣି ବେପାର କରୁଥିବା ନଜିର ରହିଛି । ସେଇ ସମସ୍ତ ମେଡିସିନ ଷ୍ଟୋରରେ ମେଡିସିନ ଅସଲି ନା ନକଲି ତାହା ଯାଣିବା କଷ୍ଟସାଧ୍ୟ । କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ଏଦିଗରେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁନାହିଁ ଯାହାଫଳରେ ସାଧାରଣ ଲୋକେ ନକଲି ମେଡିସିନ ର ଖାଇ ଦେହକୁ ଅସୁସ୍ଥ କରି ଟ୍ରିଟ ମେଣ୍ଟ କରୁଥିବା ଅଭିଯୋଗ ହୋଇଛି । ସରକାର ଏ ଦିଗରେ ଗୁରୁତ୍ୱ ଦେବା ସହ ଗତ ୩ବର୍ଷରେ ଓଡ଼ିଶାରେ ଚିହ୍ନଟ ୮୪ଟି ନକଲି ମେଡିସିନ ଚିହ୍ନଟ ହୋଇଛି ବୋଲି ସୋମବାର ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ସାଘାଂତିକ ତଥ୍ୟ ରଖିଛନ୍ତି ।  ନକଲି ଔଷଧ, ନକଲି ଇଞ୍ଜେକ୍ସନ, ନକଲି ଟୀକା ବିକ୍ରି ନିଷେଧ ସହ ଅସାଧୁ କାରବାରରେ ଜଡିତ ଲୋକଙ୍କ ଧରିବା ପାଇଁ ରାଜ୍ୟରେ ବିଗତ ୩ ବର୍ଷ ମଧ୍ୟରେ ୩୪୬୨ଟି ସ୍ଥାନରେ ଚଢାଉ କରାଯାଇ ୧୩୭୮୭ ଗୋଟି ଔଷଧ ନମୁନା ପରୀକ୍ଷଣ ପାଇଁ ସଂଗ୍ରହ କରାଯାଇଅଛି । ଉକ୍ତ ନମୁନା ମଧ୍ୟରୁ ୧୩୦୫୨ ଗୋଟି ଔଷଧ ର ମାନ ପରୀକ୍ଷା ଓ ଅନୁସନ୍ଧାନ ପରେ ୮୪ ଗୋଟି ନକଲି ଔଷଧ ଚିହ୍ନଟ କରାଯାଇଛି । ୩ ବର୍ଷ ମଧ୍ୟରେ ୧୦୭ ଟି ମାମଲା ରୁଜ୍ଜୁ କରାଯାଇଅଛି ସରକାରଙ୍କ ଦ୍ୱାରା ଗଠିତ ସ୍ୱେଶିଆଲ ଟାକ୍ସ ଫୋର୍ସ ଏବଂ ବିଭଗୀୟ ଅଧିକାରୀଙ୍କ ଦ୍ୱାରା ପୋଲିସ ସହାୟତାରେ ନକଲି ଔଷଧ କାରବାରରେ ଜଡିତ ଥିବା ୧୫ ଜଣକୁ ଗିରଫ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ସୁଚନା ଦେଇଛନ୍ତି ।