ଛୁଟି ବାତିଲ ନିର୍ଦ୍ଦେଶରେ ସଂଶୋଧନ

ଛୁଟି ବାତିଲ ନିର୍ଦ୍ଦେଶରେ ସଂଶୋଧନ

ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ନେଇ ଯେଉଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ସେଥିରେ ସଂଶୋଧନ କରାଯାଇଛି । ଆବଶ୍ୟକ ପଡ଼ିଲେ ଅଫିସରମାନେ ଛୁଟି ନେଇପାରିବେ ବୋଲି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।  ଅଫିସରମାନେ ଛୁଟି ନେଇପାରିବେ କିନ୍ତୁ ଦରକାର ପଡ଼ିଲେ ତକ୍ରାଳ ଯୋଗଦେବାକୁ କୁହାଯାଇଛି ।  ସେହିପରି ଜରୁରୀ ଯୋଗାଯୋଗ ପାଇଁ ନିଜର ମୋବାଇଲ ନମ୍ବର ଆକ୍ଟିଭ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ପ୍ରକାଶ ଯେ ଗତକାଲି  ଜୁନ୍‌ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଥିଲା । ସମସ୍ତ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଏନେଇ ସାଧାରଣ ପ୍ରଶାସନ ବିଭାଗ ଏସିଏସ୍‌ଙ୍କ ପକ୍ଷରୁ ଚିଠି କରାଯାଇଥିଲା । ୩୦ ଜୁନ୍‌ ପର୍ୟ୍ୟନ୍ତ କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏମିତିକି ସରକାରୀ ଛୁଟି ଦିନରେ ବି ଅନୁପସ୍ଥିତ ନରହିବାକୁ କୁହାଯିବା ସହ ହେଡ୍‌କ୍ବାର୍ଟର ନଛାଡ଼ିବାକୁ ମଧ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଆଜି ରାଜ୍ୟରେ ନୂଆ ସରକାର ଶପଥଗ୍ରହଣ ହେବ। ନୂଆ ସରକାର ହେଉଥିବାରୁ ବିଭିନ୍ନ ସ୍ତରରେ କାର୍ୟ୍ୟକ୍ରମ ଚାଲିବ। ଏଣୁ ଜୁନ୍ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଥିଲା  । ସରକାରୀ ଛୁଟିଦିନ ଗୁଡିକରେ ମଧ୍ୟ ଅଧିକାରୀଙ୍କୁ ହେଡକ୍ୱାର୍ଟର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା  । କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଛୁଟି ଅନୁମତି ମିଳିବ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି ଅବଗତ କରିଥିଲେ ।