ଭାରପ୍ରାପ୍ତ ସମବାୟ ସମିତି ସମ୍ପାଦକ ଗିରଫ
ବାଲେଶ୍ୱର : କ୍ଷତିଗ୍ରସ୍ତ ଚାଷୀଙ୍କ ଉଦ୍ଦେଶ୍ୟରେ ଆସିଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କ୍ଷତିପୂରଣ ଅର୍ଥ ଆତ୍ମସାତ ଅଭିଯୋଗରେ ସମବାୟ ସମିତିର ଜନୈକ ଭାରପ୍ରାପ୍ତ ସମ୍ପାଦକକୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।
ପ୍ରାପ୍ତ ସୂଚନାନୁସାରେ, ଗିରଫ ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲା ରେମୁଣା ବ୍ଳକ ଅନ୍ତର୍ଗତ ଦୁର୍ଗାଦେବୀ କୋ-ଅପରେଟିଭ୍ ସୋସାଇଟିର ଭାରପ୍ରାପ୍ତ ସମ୍ପାଦକ ଗିରିଶ ଚନ୍ଦ୍ର ବେହେରା । ୨୦୨୧-୨୩ରେ ଚାଷ କ୍ଷୟକ୍ଷତିର ଶିକାର ହୋଇଥିବା ଦୁର୍ଗାଦେବୀ ଅଞ୍ଚଳର ୩୮ଜଣ ଚାଷୀଙ୍କ କ୍ଷତିପୂରଣ ବାବଦ ୫ଲକ୍ଷ ୮୦ ହଜାର ଟଙ୍କାକୁ ଗିରିଶ ହେରଫେର କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗର ତଦନ୍ତରେ ସମ୍ପୃକ୍ତ କ୍ଷତିପୂରଣ ଅର୍ଥ ବାବଦରେ ଅଭିଯୁକ୍ତ ଗିରିଶ ଉପଯୁକ୍ତ ତଥ୍ୟ ନ ଦେଇପାରିବାରୁ ତାକୁ ଗିରଫ କରାଯାଇଛି। ଏ ନେଇ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ ୨୦୧୮ ଅନୁଯାୟୀ ବାଲେଶ୍ୱର ଭିଜିଲାନ୍ସ ଥାନାରେ ୨/୨୦୨୫ ନଂର ଏକ ମାମଲା ରୁଜୁ ସହ ଗିରଫ ଗିରିଶକୁ କୋର୍ଟ ଚାଲାଣ କରାଯାଇଛି। ମାମଲାର ଅଧିକ ତଦନ୍ତ ଜାରି ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।                        
 
 Rasmita Behera
                                    Rasmita Behera                                 
    
 
    
 
 
 
