ଜଳଦାନ ଶିବିର ଉଦ୍ଘାଟିତ
ବାଲେଶ୍ୱର: ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ବାଲେଶ୍ୱର ଓ ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ସହାୟକ’ର ମିଳିତ ଉଦ୍ୟମରେ ପ୍ରତିବର୍ଷ ଭଳି ଉକ୍ରଳ ଦିବସ ଅବସରରେ ଜିଲ୍ଲାପାଳଙ୍କ ମୁଖ୍ୟଫାଟକ ନିକଟରେ ଜଳଦାନ ଶିବିର ଉଦ୍ଘାଟିତ ହୋଇଯାଇଛି । ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକ, କାର୍ଯ୍ୟକାରୀ ସଭାପତି ଇଂ. ଗୌରାଙ୍ଗ ସାହୁ ଓ ସହାୟକର ସଂପାଦକ ଇଂ. ହୃଷିକେଶ ସାହୁ ମିଳିତ ଭାବେ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ରାଜ୍ୟ ସରକାରୀ କର୍ମଚାରୀ ସଂଘର ସାଧାରଣ ସଂପାଦକ ଦାମୋଦର ନାୟକ, ଉପସଭାପତି ଦେବେନ୍ଦ୍ର ଚୌଧୁରୀ, ଯୁଗ୍ମ ସଂପାଦିକା ସାବିତ୍ରୀ ଦାସ, ସଂଗଠନ ସଂପାଦକ ସଂଜୟ କୁମାର ପଣ୍ଡା, ସାଂସ୍କୃତିକ ସଂପାଦକ ଭାଗବତ ଦଳାଇ, ପୂର୍ବତନ ସଂପାଦକ ବୀରେନ୍ଦ୍ର କୁମାର ମହାନ୍ତ, ପ୍ରଣିତା ମିଶ୍ର, ପ୍ରତିମା ପଣ୍ଡା, ପୂର୍ଣ୍ଣଚନ୍ଦ୍ର ସିଂ, ପଦ୍ମଲୋଚନ ଦତ୍ତ, ବେଣୁଧର ପାଳ, ଶଶାଙ୍କ ଶେଖର ଦତ୍ତ, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ଅଜୟ କୁମାର ନାୟକ, ଭବେଶ ଚନ୍ଦ୍ର ପଣ୍ଡା, ଇଂ. ଶ୍ରୀରାମ ଦାସ, ସ୍ୱଦେଶ ରଞ୍ଜନ ମହାପାତ୍ର, କେଶବ ଚନ୍ଦ୍ର ମହାନ୍ତି, ‘ସହାୟକ’ର ସଭାପତି କ୍ଷିତୀଶ୍ୱର ଦାଶ, କୋଷାଧ୍ୟକ୍ଷ ସୁରେନ୍ଦ୍ର ପ୍ରସାଦ ନାୟକ, ଅକ୍ଷୟ କୁମାର ତି୍ରପାଠୀ, ପ୍ରଫୁଲ୍ଲ କୁମାର ଦାସ, ନିରଞ୍ଜନ ପରିଡ଼ା, ରବି ପାଣିଗ୍ରାହୀ, ଗଙ୍ଗାଧର ପୃଷ୍ଟି ଓ ଯମୁନାରାଣୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଜଳଦାନ ଶିବିର ଏପି୍ରଲ୍ ପହିଲାରୁ ଜୁନ୍ ୧୫ ତାରିଖ ଯାଏଁ ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୧ଟାଯାଏ ପରିଚାଳିତ ହେବ । ଏହି ଶିବିର ପରିଚାଳନାରେ ରବିନାରାୟଣ ଭୋଳ, ଗୁଣାକାର ଦେ, ଭାଗିରଥୀ ମହାନ୍ତି, ରବି ନାରାୟଣ ବେହେରା, ସଞ୍ଜୟ ପଣ୍ଡା, ଅନନ୍ତ କୁମାର ଦାସ, ପୁରୁଷୋତ୍ତମ ବେହେରା, କ୍ଷେତ୍ରମୋହନ ନାୟକ, ସୁରେନ୍ଦ୍ର ପ୍ରସାଦ ଧଳ, ବିଜନକୃଷ୍ଣ ଘୋଷାଲ୍ ଓ କମଳାକାନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ ।