ଡେଥ ଜୋନ ପାଲଟିଛି ପଥର କୁଆଁରୀ
ନୀଳଗିରି : ନିଳଗିରି ମିତ୍ରପୁର ଅଞ୍ଚଳରେ ୁ ବଡ଼ ବଡ଼ ପଥର ଖାଦାନ ଖନନ ପରେ ତାହା ମିନି କୁଆଁରୀ ପାଲଟି ଯାଇଛି । ପଥର ଖାଦନ ପରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଡ ବ୍ୟବସ୍ଥା କିମ୍ବା ତାହା ଭର୍ତ୍ତି ନିମନ୍ତେ କୌଣସି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ । ଫଳରେ ପ୍ରତିଥର ଏଠାରେ ଗାଧଉଥିବା ଲୋକଙ୍କ ଜୀବନ ଯାଉଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏପରିକି ହତ୍ୟା କରି ଫିଲ୍ମ ଷ୍ଟାଇଲରେ ମୃତ ଶରୀରକୁ ଏଠାରେ ଫିଙ୍ଗି ଦେଇଥିବାର ନଜିର ରହିଛି । ଯାହାଫଳରେ ଏହି ଖାଦନ କୁଆଁରି ଏବେ ଡେଥଜୋନରେ ପରିଣତ ହୋଇଥିବା ସ୍ଥାନୀୟ ଲୋକେ ନାମକରଣ କରିଛନ୍ତି । ବ୍ଲୁ ହୁଏଲ୍ ଡେଥ୍ ଜୋନ ପରେ ଏବେ ଆରମ୍ଭ ହୋଇଛି କେ ପି ମାହାଲ ଡେଥ୍ ଜୋନ । ରବିବାର ଦିନ ପ୍ରାୟ ୩ଟା ସମୟରେ ସ୍ଥାନୀୟ ଏକ ଯୁବକର ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ମୃତ ବ୍ୟକ୍ତି ଜଣକ ହେଉଛନ୍ତି କେପି ମାହାଲ ଗ୍ରାମର କାହ୍ନୁ ସିଂର ପୁଅ ସୁନିଲ ସିଂ (୩୪) ।
ସୂଚନା ଅନୁସାରେ ସୁନିଲ ଦିନ ୧.୩୦ରେ ଉକ୍ତ ଖାଦାନକୁ ଗାଧୋଇବା ପାଇଁ ଯାଇଥିଲେ । ଆଡି ଠାରୁ ମାତ୍ର ୫ରୁ ୬ଫୁଟ୍ ଦୂରରେ ଗାଧୋଉ ଥିଲେ ଏହି କୁଆଁରିରେ ପାଣି ପରିଷ୍କାର ଥିବାରୁ ଜୀବନ ହାରିବା ସମ୍ଭବପର ନୁହେଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସୁନିଲକୁ ହତ୍ୟା କରି କୁଆଁରି ପାଣିରେ ପିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ନିଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ, ଏଏସଆଇ, ଅନନ୍ତ ମୁର୍ମୁ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ମର ଶରୀରକୁ ଶବ୍ୟବଚ୍ଛେଦ ନିମନ୍ତେ ମେଡ଼ିକାଲକୁ ପଠାଇ ଥିଲେ । ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।