ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାମ: ମନ୍ତ୍ରୀ

ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାମ: ମନ୍ତ୍ରୀ

ଭୁବନେଶ୍ୱର: ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାମ । ନୂଆ ନାମ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।  ସେ କହିଛନ୍ତି ଯେ ଏନେଇ ରାଜ୍ୟ ସରକାର ୨ ଦିନ ଭିତରେ ଗାଇଡଲାଇନ ଆଣୁଛନ୍ତି । ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ କ୍ଷମତା ଦିଆଯିବ । ଲୋକଙ୍କ ପ୍ରସ୍ତାବ ଅନୁସାରେ ଗ୍ରାମର ବିକାଶ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ।