ଓଲିଉଡ ଅଭିନେତା ପାର୍ଥସାରଥୀ ଗିରଫ

ଓଲିଉଡ ଅଭିନେତା ପାର୍ଥସାରଥୀ ଗିରଫ

ଭୁବନେଶ୍ୱର: ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟଙ୍କୁ ବଡ଼ଗଡ଼ ଥାନା ପୋଲିସ ଗିରଫ କରିଛି। ଜାମିନବିହୀନ ଗିରଫ ପରୱାନା (NBW) ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜୁଡିସିଆଲ ମାଜିଷ୍ଟ୍ରେଟ ଫାଷ୍ଟ କ୍ଲାସ (JMFC) କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପାର୍ଥସାରଥୀ କୋର୍ଟ ନିୟମର ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ପାର୍ଥସାରଥୀଙ୍କ ବିରୋଧରେ JMFC କୋର୍ଟ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ। ଏହି ଅଭିଯୋଗର ବିସ୍ତୃତ ବିବରଣୀ ସ୍ପଷ୍ଟ ନ ହୋଇଥିଲେ ମଧ୍ୟ, କୋର୍ଟର ନିୟମ ଉଲ୍ଲଂଘନ ସହ ଜଡ଼ିତ ଏକ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି। ଗିରଫ ପରେ ପାର୍ଥସାରଥୀଙ୍କୁ ବଡ଼ଗଡ଼ ଥାନା ପୋଲିସ କୋର୍ଟଚାଲାଣ କରି