ପୁରୁଷବନ୍ଧୁ ପ୍ରମୋଦ ବେହେରା ଗିରଫ

ପୁରୁଷବନ୍ଧୁ ପ୍ରମୋଦ ବେହେରା ଗିରଫ

କେନ୍ଦ୍ରାପଡ଼ା : କାଠିଆପଡ଼ା ଛାତ୍ରୀ ପୋଡ଼ି ଘଟଣା । ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କରିଛି କେନ୍ଦ୍ରାପଡ଼ା ପୋଲିସ । ଏନେଇ କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି । କିଛି ଦିନ ଧରି ଅଟକ ରଖିଥିଲା ପୋଲିସ ।   ଖବର ଅନୁଯାୟୀ, କାଠିଆପଡ଼ା ଛାତ୍ରୀ ପୋଡ଼ି ଘଟଣାରେ ଅନେକ ଦିନ ବିତିଗଲାଣି । ତଥାପି ପୋଲିସ ହାତରେ ଲାଗିନଥିଲା କୌଣସି ସୁରାକ । ଶେଷରେ ପୋଲିସ କୌଣସି ସୁରାକ୍‌ ପାଇ ପୁରୁଷବନ୍ଧୁଙ୍କୁ ଚେନ୍ନାଇରୁ ଅଟକ ରଖିଥିଲାପୋଲିସ । ଏହାପରେ ଆରମ୍ଭ କରିଥିଲା ଛାନ୍‌ଭିନ୍‌ । ଏପିରିକି ତଦନ୍ତରେ ପୋଲିସକୁ ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କ ମୋବାଇଲ୍‌ରୁ ଏକାଧିକ ଅଶ୍ଳୀଳ ଭିଡିଓ ଥିବାର ସୂଚନା ମିଳିଛି । ଯେଉଁ ଭିଡିଓ ମଧ୍ୟରୁ କିଛିକୁ ପୁରୁଷବନ୍ଧୁ ଛାତ୍ରୀଙ୍କ ବାପାଙ୍କ ପଠାଇଥିଲେ । ଏପିରିକି ଘଟଣା ପୂର୍ବ ଦିନ ଛାତ୍ରୀଙ୍କ ସହ କଥା ହୋଇଥିଲେ । ଏମିତିକି ଘଟଣା ଘଟିବାର କିଛି ସମୟ ପୂର୍ବରୁ ମଧ୍ୟ ଫୋନ୍‌ ଜରିଆରେ କଥା ହୋଇଥିଲେ । ହେଲେ କଣ କଥା ହୋଇଥିଲେ , ସେନେଇ କୌଣସି ସୂଚନା ମିଳିନାହିଁ । ବାକି ପୋଲିସ ଉକ୍ତ ପୁରୁଷବନ୍ଧୁଙ୍କୁ ଗିରଫ କରିଛି । ଗିରଫ ପରେ ପୋଲିସ ଆଗରେ କଣ ସବୁ ସତ ଓଗାଳୁଛି । ତାହା ଆଗକୁ ଦେଖିବାକୁ ବାକି ରହିଲା ।