ଡିଭାଇଡର ଉପରେ ଚଢ଼ିଗଲା ସ୍କୁଲ ବସ୍‌

ରାଉରକେଲା : ରାଉରକେଲାରେ ଶୁକ୍ରବାର ଏକ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଡିଭାଇଡର ଉପରେ ବସ୍‌ଟି ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଏଥିରେ ଥିବା ୫୦ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେକ୍ଟର-୩ ଥାନା ରାଉରକେଲା ହାଉସ୍‌ ଛକ ନିକଟରେ  ବସ୍‌ଟି ଏକ କାରକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଡିଭାଇଡରରେ ଚଢ଼ିଯାଇଥିଲା। ବସ୍‌ର ସମ୍ମୁଖ ଭାଗ ଭାଙ୍ଗି ଯାଇଥିବାବେଳେ ସମସ୍ତ ଛାତ୍ରୀଛାତ୍ର ସୁରକ୍ଷିତ ଥିବା ଜଣାପଡ଼ିଛି।