ଚୋରି ହୋଇନି ମହାପ୍ରଭୁଙ୍କ ମୋଦକ

lord jagannath

ଚୋରି ହୋଇନି ମହାପ୍ରଭୁଙ୍କ ମୋଦକ

ଭୁବନେଶ୍ୱର : ଶ୍ରୀମନ୍ଦିରକୁ ନେଇ ଏବେ ଅନେକ ବିବାଦୀୟ କଥା ସବୁ ସାମ୍ନାକୁ ଆସିବାରେ ଲାଗିଛି  । ବଳଭଦ୍ରଙ୍କ ବାଡ଼ଗ୍ରାହୀ ମହାପ୍ରଭୁଙ୍କ ମୋଦକ ଚୋରି ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି  । ୩୩୧ ମୂର୍ତ୍ତି ମୋଦକରୁ ୭୦ଟି କମ୍‌ କିଭଳି ରହିଲା ବୋଲି ବଳଭଦ୍ରଙ୍କ ବାଡ଼ଗ୍ରାହୀ ପ୍ରଶ୍ନ କରିଛନ୍ତି  । ଅପରପକ୍ଷରେ ମୋଦକ ଚୋରି ହୋଇନାହିଁ ବୋଲି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି  । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି  । ସେ କହିଛନ୍ତିଯେ, ମୋଦକ ଗଣତି ହୁଏନାହିଁ  । ମହାପ୍ରଭୁଙ୍କ ମୋଦକ ଚୋରି ହୋଇନାହିଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି  । ତେବେ ଏନେଇ ପୁଣି ତଦନ୍ତ କରାଯିବ ବୋଲି ସେ କହିଛନ୍ତି  ।