ରଜ ମହୋତ୍ସବ ପାଳିତ
ଗୋପ : ଗୋପ ବ୍ଲକ ଅଧିନସ୍ତ ଗୋପ ପଞ୍ଚାୟତ ତୁଳସୀ ମଞ୍ଚ ପକ୍ଷରୁ ରଜ ମହୋତ୍ସବ ପାଳିତ ହୋଇଛି । ସମଗ୍ର ଓଡିଶାରେ ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରଜ ଉତ୍ସବ ପାଳିତ ହୋଇଥାଏ । ଓଡିଶାର ଏହା ମୁଖ୍ୟତଃ କୃଷିଭିତିକ ଗଣପର୍ବ କିନ୍ତୁ ଏହାକୁ ରଜ ମାଟି ଓ ମେଘର ମିଳନର ପର୍ବ ରଜ ଭାବେ ଝିଅମାନେ ଅଧିକ ପାଳନ କରିଥାନ୍ତି । ଆଖଣ୍ଡଳେଶ୍ୱର ମହାଦେବଙ୍କ ପ୍ରାଙ୍ଗଣରେ ୪ର୍ଥ ବାର୍ଷିକ ରଜ ମହୋତ୍ସବ ପାଳିତ ହୋଇଛି । ତୁଳସୀ ଆଞ୍ଚଳିକ ମଞ୍ଚ ପକ୍ଷରୁ ମନ୍ଦିର ପରିସରରେ ଦୋଳି ଲାଗିଥିବା ବେଳେ ଝିଅ ବୋହୂମାନେ ଦୋଳିର ବେଶ ମଜ୍ଜା ନେଉଛନ୍ତି । ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ସମାଜସେବୀ କସ୍ତୁରୀ ବାଳା ସ୍ୱଇଁ ଯୋଗଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ବିଭୂତି ଭୂଷଣ ପଟ୍ଟନାୟକ, ସମ୍ମାନିତଅତିଥି ଆଖଣ୍ଡଳେଶ୍ୱର ମହିଳା ଶକ୍ତି ସଂଗଠନର ସଭାପତି ଜେନା ରାଣୀ, ସମ୍ପାଦିକା ଶୈଳବାଳା ପରମାଣିକ, ଏମବିକେ ସୁକାନ୍ତି ଦେଇ, ତୁଳସୀ ଆଞ୍ଚଳିକ ମଞ୍ଚର ସଭାନେତ୍ରୀ ମମତା ସିଂ, ସମ୍ପାଦିକା ରୀତାରାଣି ଦାସ, ସିଆରପି ସୁଲୋଚନା ସିଂ, ମନୋରମା ସିଂ, ପୂର୍ଣ୍ଣିମା ଦେଇ, ଭାନୁ କାଣ୍ଡି ପ୍ରଭୁତି ମହିଳାମାନେ ଯୋଗଦେଇଥିଲୋ ଭାଷ୍ୟକାର ସଂଗ୍ରାମ କେଶରୀ ଭୋଳ ପରିଚାଳନା କରିଥିଲେ ।