ହାତୀ ମୃତୁ୍ୟ ଘଟଣାରେ, ତିନି ଅଭିଯୁକ୍ତ ଗିରଫ
ାା ପ୍ରଭାନୁ୍ୟଜ ।ା ବୈଶିଙ୍ଗା : ବେତନଟୀ ରେଞ୍ଜ ଅଧୀନ ବୈଶିଙ୍ଗା ଥାନା ସଇତପୁର ପଞ୍ଚାୟତର ଜାମଶୁଳୀ ଠାରେ ମାଈ ହାତୀ ମୃତ୍ୟ ଘଟଣାରେ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ବେତନଟୀ ବନ ବିଭାଗ । ଜାମଶୁଳୀ ଗ୍ରାମର କିଛି ଧାନ ଚାଷୀ ହାତୀମାନଙ୍କ ଠାରୁ ନିଜ ଫସଲକୁ ରକ୍ଷା କରିବା ଉଦେ୍ଦଶ୍ୟରେ ଜାଣିଶୁଣି ଜିଆଇ ତାରରେ ବିଦୁ୍ୟତ୍ ସଂଯୋଗ କରିଥିଲେ । ଯାହାର ଫଳ ସ୍ୱରୂପ ମାଈ ହାତୀ ସେହି ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ମୃତୁ୍ୟବରଣ କରିଥିଲା । ଉକ୍ତ ଘଟଣାକୁ ନେଇ ବନ ବିଭାଗ ତଦନ୍ତ ଅନୁଯାୟୀ ଏହି ବିଦୁ୍ୟତ୍ ତାର ସଂଯୋଗରେ ଜଡିତ ଥିବା ତିନି ଜଣ ଅଭିଯୁକ୍ତକୁ ଗିରଫ କରିଥିଲା । ସେମାନେ ହେଲେ ଜାମଶୂଳୀ ଗ୍ରାମର ସୁରେନ୍ଦ୍ର ହେମ୍ବ୍ରମ (୩୫), ଦୁଖିଆ ମୁର୍ମୁ (୩୮) ଏବଂ ପୂର୍ଣ୍ଣଚନ୍ଦ୍ର ମହାନ୍ତ(୪୦) ।