ଟାଟା ଷ୍ଟିଲ୍ ପକ୍ଷରୁ ମଲ୍ ଡ୍ରିଲ୍


ାା ପ୍ରଭାନୁ୍ୟଜ ।ା ଢେଙ୍କାନାଳ :  ଢେଙ୍କାନାଳ ଜିଲ୍ଲା ଓଡାପଡା ସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଏହାର କୋକ୍ ଓଭେନ୍ ଗ୍ୟାସ୍ ହୋଲ୍ଡରରେ ଏକ ଜରୁରୀକାଳୀନ ମଲ୍ ଡ୍ରିଲ୍କୁ ସଫଳତାର ସହ ଆୟୋଜିତ କରାଯାଇଛି । ପ୍ଲାଂଟ୍ର ଜରୁରୀକାଳୀନ ସ୍ଥିତି ଲାଗି ଏହି ଡ୍ରିଲ୍ରେ ଏକ କୃତ୍ରିମ ଗ୍ୟାସ୍ ଲିକ୍ ଭଳି ପରିସ୍ଥିତି ସୃଷ୍ଟି କରାଯାଇଥିଲା ।  ଫ୍ୟାକ୍ଟ୍ରି ଆଣ୍ଡ ବଏଲର, ଢେଙ୍କାନାଳ ଜୋନ୍ର ସହକାରୀ ନିଦେ୍ର୍ଦଶକ ଇଂ ପୁଷ୍ପମିତ୍ରା ଜେନା, ଢେଙ୍କାନାଳର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସଙ୍ଗିତା ଦାସ, ଢେଙ୍କାନାଳ ଜିଲ୍ଲା ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ଧଳ, ଢେଙ୍କାନାଳ ଜିଲ୍ଲା କ୍ରାଇସିସ ଟିମର ପ୍ରତିନିଧି ଭାବେ ଜିଏମ୍ଆର୍, ନଭ ଲିମିଟେଡ୍, ଏମଜିଏମ, ରୁଙ୍ଗଟା ,ରିମଝିମ ଓ ଜେପିଏସ୍ପିଏଲ୍ ଭଳି ସ୍ଥାନୀୟ ଶିଳ୍ପ ସଂସ୍ଥା ଏହି ଡ୍ରିଲ୍ରେ ଯୋଗ ଦେଇଥିଲେ । ଟିଏସ୍ଏମ୍ର ବରିଷ୍ଠ ଅଧିକାରୀ ଯଥା ସୁରକ୍ଷା ଚିଫ୍ ବିଳାସ ଏନ୍ ଗାଏକ୍ୱାଡ, ଏସ୍ଏମ୍ଏସ ଓ ଏଲସିପି ଚିଫ୍ ହର୍ପନହାଲି ମହେଶବାବୁ, କୋକ୍ ପ୍ଲାଂଟ୍ ମୁଖ୍ୟ ବିରେନ୍ଦ୍ର ସିଂହ, ପରିବେଶ ଚିଫ୍ ଅନୁପ ଶ୍ରୀବାସ୍ତବ, ପ୍ରକ୍ରିୟା ସୁରକ୍ଷା ହେଡ କୁମାର ବରୁଣ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିଲେ ।