ସଡ଼କ ଦୁର୍ଘଟଣାରେ ୨ ମୃତ
ାା ପ୍ରଭାନୁ୍ୟଜ ।ା ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବିଷ୍ଣୁପୁର ଛକରେ ଗୁରୁବାର ସଡକ ଦୁର୍ଘଟଣାରେ ୨ ଜଣ ଯୁବକ ପ୍ରାଣହରାଇଛନ୍ତି । ବିଷ୍ଣୁପୁର ଛକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପୁରାତନ ଓଭରବ୍ରିଜ ନବୀକରଣ କାର୍ଯ୍ୟଯୋଗୁଁ ଏକପାଖିଆ ରାସ୍ତାରେ ଦୀର୍ଘ ଦିନ ଧରି ଗାଡିଚଳାଚଳ କରୁଛି । ଅପରାହ୍ନ ୨.୨୦ମି. ବେଳେ ଜଳମଣ୍ଡୁଆ ପଞ୍ଚାୟତ ତାଳପଦା ଗ୍ରାମର ଦିପ୍ତିରଞ୍ଜନ ଧଳ(୨୭) ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ରଙ୍ଗରାଜପୁର ଗ୍ରାମର ପ୍ରଶାନ୍ତ ସ୍ୱାଇଁ(୨୫) ବାଇକ ଯୋଗେ ଭଦ୍ରକ ଯାଉଥିଲେ । ଦିପ୍ତି ଓ ପ୍ରଶାନ୍ତ ସମ୍ପର୍କରେ ମାଉସୀ ପୁଅ ଭାଇ ଅଟନ୍ତି । ଏହି ସମୟରେ ଭଦ୍ରକ ଆଡୁ ଆସୁଥିବା ଏ.ପି.-୨୧ଟି.ଏ.-୧୨୮୯ନଂ ଦ୍ରୁତଗାମୀ ଟ୍ରକ ଏକପାଖିଆ ଗାଡି ଚଳାଚଳ କରୁଥିବା ବିଷ୍ଣୁପୁର ଛକ ଉପରେ ସମ୍ମୁକରୁ ଧକ୍କା ଦେଇଥିଲା । ଫଳରେ ୨ ବାଇକ ଆରୋହୀ ରାସ୍ତାକୁ ଛିଟିକି ପଡି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଦୁର୍ଘଟଣା ଘଟିବା ପରେ ରାଜପଥ କତ୍ତୃପକ୍ଷଙ୍କ ଧୀମା କାର୍ଯ୍ୟକୁ ଦାୟୀ କରି ସ୍ଥାନୀୟ ଲୋକେ ରାସ୍ତା ରୋକୋ କରିଥିଲେ । ଏଥିଯୋଗୁଁ ୨ ଘଣ୍ଟା ରାଜପଥରେ ଗାଡି ଚଳାଚଳ ବନ୍ଦ ହୋଇ ଯାଇଥିଲା । ଖବର ପାଇ ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତି, ଧାମନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚô ଲୋକଙ୍କୁ ବୁଝାସୁଝା କରିଥିଲେ । ଅପରାହ୍ନ ୪ଟା ବେଳେ ରାସ୍ତା ରୋକୋ ହଟିବା ପରେ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନା ପଠାଯାଇଥିଲା । ମୃତ ପ୍ରଶାନ୍ତର ସାନଭାଇ ସୁଶାନ୍ତଙ୍କ ଅଭିଯୋଗ କ୍ରମେ ଧାମନଗର ଥାନାରେ ୪୩୭/୨୪ନଂ ମାମଲା ଋଜୁ ହୋଇଛି । ପୁଲିସ ବାଇକ ଓ ଟ୍ରକ ଜବତ କରି ତଦନ୍ତ ଚଳାଇଛି ।