ସାଇନାମ ସଙ୍କୀର୍ତ୍ତନ ଓ ଦାଣ୍ଡିଆ ନୃତ୍ୟ

ାା ପ୍ରଭାନୁ୍ୟଜ୍ ।ା  ଭୁବନେଶ୍ୱର: ଚନ୍ଦ୍ରଶେଖରପୁର, ହାଉସିଂ ବୋର୍ଡ, ଶ୍ରୀ ସିରିଡ଼ି ସାଇ ମନ୍ଦିର ତରଫରୁ ଗତ ତା୯.୧୦.୨୪ରିଖ ବୁଧ ବାର ଦିନ ୧୦୦୦ରୁ ଊଦ୍ଧ୍ୱର୍ ସାଇ ଭକ୍ତ ଶିରିଡ଼ି ଯାଇଥିଲେ  । ସେଠାରେ ତା୧୧.୯.୨୪ରେ ଶ୍ରୀ ସାଇ ସେବକ ଓ ସେବିକାମାନଙ୍କ ଦ୍ୱାରା ଶିରିଡ଼ିର ଶତାବ୍ଦୀ ମଣ୍ଡପ ଠାରେ ଭବ୍ୟ ସାଇ ନାମ ସଙ୍କୀର୍ତ୍ତନ ଓ ଦାଣ୍ଡିଆ ନୃତ୍ୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ହଜାର ହଜାର ସାଇ ଭକ୍ତ ତଥା ଶିରିଡ଼ିର ଅସଂଖ୍ୟ ଗ୍ରାମବାସୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ସାଇ ବାବାଙ୍କ ଆଶୀର୍ବାଦ ଲାଭ କରିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶିରିଡ଼ି ସାଇ ବାବା ସଂସ୍ଥାର ସି ଇ ଓ ସାହେବ୍ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ହାଉସିଁ ବୋର୍ଡ ସାଇ ମନ୍ଦିରର ମୁଖ୍ୟ ପୂଜାରୀଙ୍କୁ ଓ ମନ୍ଦିର କମିଟିର ସଭାପତି ମହୋଦୟଙ୍କ ସହିତ ସମ୍ପାଦକ ମହାଶୟଙ୍କୁ ସମ୍ମାନିତ କରିବା ସହିତ ଆଉ କିଛି ସାଇ ଭକ୍ତମାନଙ୍କୁ ବି ସମ୍ମାନିତ କରିଥିଲେ । ଏବଂ ତାଙ୍କ ଅଭିଭାଷଣରେ ହାଉସିଂ ବୋର୍ଡ ସାଇ ମନ୍ଦିରର ସମସ୍ତ କର୍ମକର୍ତ୍ତାମାନଙ୍କୁ ବହୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଭାରତର କୋଣ ଅନୁ କୋଣରୁ ବହୁ ଭକ୍ତ ଆସି ଏଠାରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି କିନ୍ତୁ ଓଡ଼ିଶା, ଭୁବନେଶ୍ୱର ହାଉସିଂ ବୋର୍ଡ, ସାଇ ମନ୍ଦିରର ସେବକ ସେବିକାମାନଙ୍କ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମଟି ବହୁତ ଉଚ୍ଚକୋଟୀର ଥିଲା  । ତା ୧୨.୦୯.୨୦୨୪ ଗୁରୁ ବାର ଦିନ ଶିରିଡ଼ିର ଖଣ୍ଡୋବା ମନ୍ଦିରରୁ ଅସଂଖ୍ୟ ସାଇଭକ୍ତମାନଙ୍କ ମଧ୍ୟରେ ବିଶାଳ ପାଲିଙ୍କି ଶୋଭା ଯାତ୍ରା ବାହାରି ସମାଧି ମନ୍ଦିରରେ ପହଞ୍ଚିଥିଲା । ଏହି ପାଲିଙ୍କି ଶୋଭା ଯାତ୍ରା ଉକ୍ତ ପାଲିଙ୍କି ଯାତ୍ରାରେ ଅଗଣିତ ଭକ୍ତ ମାନେ ସାଇଙ୍କ ପ୍ରେମରେ ନାଚି ନାଚି ନିଜକୁ ଧନ୍ୟ ମନେକରିଥିଲେ  । ବାଜା, ବାଣ ସହିତ ଶିରିଡ଼ିର ରାଜ ରାସ୍ତା କମ୍ପି ଉଠିଥିଲା । ଏହା କେବଳ ସାଇ ବାବାଙ୍କ ଆଶିର୍ବାଦରୁ ହିଁ ସମ୍ଭବ ହୋଇପାରୁଛି ବୋଲି ସାଇ ମନ୍ଦିରର କର୍ମ କର୍ତ୍ତା ମାନେ କହିଥିଲେ । ସିରିଡ଼ି ସଂସ୍ଥାନର ବହୁ ମାନ୍ୟଗଣ ବ୍ୟକ୍ତିମାନେ ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ମନ୍ଦିରର ଏହାଥିଲା ୯ମ ତମ ପାଲିଙ୍କି ଶୋଭା ଯାତ୍ରା ।