ବିଧାନସଭାରେ ଉଠିଲା ଆଳୁ ପ୍ରସଙ୍ଗ

ବିଧାନସଭା ଶୂନ୍ୟକାଳରେ ଆଳୁ ପ୍ରସଙ୍ଗକୁ ନେଇ ଉଠିଛି ପ୍ରଶ୍ନ ।  ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି  । ସେ କହିଛନ୍ତି ଯେ, ଆଳୁ ନେଇ ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି  । ମନ୍ତ୍ରୀ ୩୦ ଟଙ୍କାରେ ଆଳୁ କିଣିଥିବା କହୁଛନ୍ତି, ହେଲେ ଦୋକାନରୁ କିଣିଲେ କିଲେଶ ପିଛା ୬୦ଟଙ୍କା ହୋଇଗଲାଣି  । ସରକାର ବୋଧେ କେବଳ ନାନାବାୟା କଥା କହୁଛନ୍ତି । ଏଥିପାଇଁ ସରକାର କ’ଣ ପଦକ୍ଷେପ ନେଇଛନ୍ତି ଜଣାନ୍ତୁ ବୋଲି ଦାବି କରିଛନ୍ତି ପ୍ରମିଳା ମଲ୍ଲିକ  ।
 ମନ୍ତ୍ରୀ କେତେବେଳେ କହୁଛନ୍ତି ଟ୍ରେନରେ ଆଳୁ ଆସୁଛି  । ଡବଲ ଇଞ୍ଜିନ ସରକାର ହୋଇ କାହିଁକି ଇଞ୍ଜିନ ଟାଣିପାରୁନାହିଁ ବୋଲିି ବିରୋଧୀ ଦଳ ମୁଖ୍ୟ ସଚେତକ କଟାକ୍ଷ କରିଛନ୍ତି  । ଆଳୁ ଦର ନିୟନ୍ତ୍ରଣ ପାଇଁ କାହାକୁ ଚିଠି ଲେଖିଛନ୍ତି ?  ସରକାର ସ୍ପଷ୍ଟୀକରଣ ଦିଅନ୍ତୁ? ଉତ୍ତର ପ୍ରଦେଶରୁ ଆଳୁରେ ୫୦ କେଜିରେ ୧୦ କେଜି ଆଳୁ ପଚା ବାହାରୁଛି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ମଧ୍ୟ ରାଜ୍ୟରେ ଆଳୁ ସଙ୍କଟକୁ ନେଇ ସରକାରଙ୍କୁ ଘେରିଛନ୍ତି  । ସେ କହିଛନ୍ତି ସରକାର ଆସିବା ପରେ ଆଳୁ ସହ ସବୁ ଦରଦାମ ବୃଦ୍ଧି ପାଉଛି  । ଆଳୁ ଆସୁଛି ବୋଲି କହୁଛନ୍ତି କିନ୍ତୁ ଆଳୁ ୪ ମାସ ହେଲା ଆଳୁ ଆସିପାରୁନାହିଁ  । ଯେଉଁଥିପାଇଁ ଖାଉଟି ହନ୍ତସନ୍ତ ହେଉଛନ୍ତି, ବିଭାଗୀୟ ମନ୍ତ୍ରୀ ଶସ୍ତା ମନ୍ତବ୍ୟ ଦେଉଛନ୍ତି ଷଥିପ୍ରତି ସଚେତନ ରୁହନ୍ତୁ ।