୭୧ ହଜାର ପାର ହେଲା ସୁନା

୭୧ ହଜାର ପାର ହେଲା ସୁନା


ନୂଆଦିଲ୍ଲୀ  : ହୁ ହୁ ହୋଇ ବଢି ·ଲିଛି ସୁନା ଦର । ଭାରତରେ ସୁନା ଦାମ୍ ସବୁ ରେକର୍ଡ ଭାଙ୍ଗିଛି । ୧୦ ଗ୍ରାମ ସୁନାର ଦାମ୍ ଏବେ ୭୧,୦୦୦ ଡେଇଁଛି । ପ୍ରଥମ ଥର ପାଇଁ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ଦାମ୍ ୭୧,୦୦୦ ଟଙ୍କା ଅତିକ୍ରମ କରିଛି । ଆଜି ସୁନା ମୂଲ୍ୟରେ ୪୦୦ରୁ ଅଧିକ ଟଙ୍କା ବୃଦ୍ଧି ପାଇଛି ।ଫଳରେ ଖାଣ୍ଟି ସୁନା ଦାମ୍ ୧୦ ଗ୍ରାମ ପିଛା ୭୧,୬୨୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୫,୬୫୦ ଟଙ୍କାରେ ରହିଛି । ସୁନା ସହ ରୁପାର ଚମକ ମଧ୍ୟ ଆଜି ତେଜ୍ ହୋଇଛି । ଏହାର ମଧ୍ୟ ଦାମ୍ ବଢିଛି ।