ରୋଟାରୀ ରୟାଲ୍ର ଡିଜି ଓ ସିଭି ଅନୁଷ୍ଠିତ
ଭୁବନେଶ୍ୱର : ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ରୟାଲ୍ ଆନୁକୂଲ୍ୟରେ "ପ୍ରାନ୍ତପାଳଙ୍କ ଅଧିକାରୀକ କ୍ଲବ୍ ପରିଦର୍ଶନ" କାର୍ଯ୍ୟକ୍ରମ କ୍ଲବ୍ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଦିବସ ବ୍ୟାପୀ ଏହି କାର୍ଯ୍ୟକ୍ରମ ଅବସରରେ, ପୂର୍ବାହ୍ନରେ ସୁନ୍ଦରପଦା ଛକରେ ଏକ "ରୋଟାରୀ ପିସ୍ ପୋଲ" ପ୍ରତିଷ୍ଠା କରାଯାଇଥିଲା, ରୋଟାରୀର 'ସ୍ୱାବଲମ୍ବୀ' ଯୋଜନା ମାଧ୍ୟମରେ ପୋଖରୀପୁଟ ସ୍ଥିତ ଜଣେ ହିତାଧିକାରୀଙ୍କୁ ବ୍ୟବସାୟିକ ଟ୍ରଲି ପ୍ରଦାନ କରାଯାଇଥିଲା, ରୋଟାରୀ ରୟାଲ୍ ଚକ୍ଷୁ ଚିକିସôାଳୟର ପରିବର୍ଦ୍ଧିତ ଶାଖା କାର୍ଯ୍ୟାଳୟର ଉଦ୍ଘାଟନ ହେବା ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଣାଯାଇ ଚକ୍ଷୁ ଅସ୍ତ୍ରୋପଚାର କରାଯାଇଥିବା ପଚିଶ ଜଣଙ୍କୁ ଉପଚାର ସାମଗ୍ରୀ ଦିଆଯାଇଥିଲା । ଏଥିରେ କ୍ଲବ୍ର ସମସ୍ତ ସଦସ୍ୟଙ୍କ ଗହଣରେ ପ୍ରାନ୍ତପାଳ ଯଜ୍ଞାଶିଷ୍ ମହାପାତ୍ର, ପରବର୍ତ୍ତୀ ପ୍ରାନ୍ତପାଳ ଅନିଲ୍ ସାମଲ ଓ ସ୍ଥାନୀୟ କର୍ପୋରେଟର ମଧୁସ୍ମିତା ପ୍ରଧାନ ଅତିଥି ଭାବେ ଯୋଗଦେଇଥିଲେ । ଭୁବନେଶ୍ୱରରେ ସଭାପତି କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଧିବେଶନରେ ପ୍ରାନ୍ତପାଳ ଯଜ୍ଞାଶିଷ୍ ମହାପାତ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଚଳିତ ରୋଟାରୀ ବର୍ଷରେ କ୍ଲବ୍ ପକ୍ଷରୁ ସମ୍ପାଦିତ ହୋଇଥିବା ବିଭିନ୍ନ ସେବା ପ୍ରକଳ୍ପର ଭୂୟସୀ ପ୍ରଶଂସା କରିଥିଲେ । କ୍ଲବ୍ ସମ୍ପାଦକ ଆଶିଷ ପରିଡ଼ା ବାର୍ଷିକ ସେବା କାର୍ଯ୍ୟର ବୀବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ କ୍ଲବ୍ର ସଦସ୍ୟମାନେ ସାମାଜିକ ସେବାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରୋଟାରୀ ଫାଉଣ୍ଡେସନକୁ ପଚିଶ ହଜାର ଡ଼ଲାର ଅର୍ଥରାଶି ପ୍ରଦାନ କରିବାକୁ ସଂକଳ୍ପ ଘୋଷଣା କରିଥିଲେ । ଏଥିରେ ପ୍ରସନ୍ନ ଲେଙ୍କା, ସୁକୁମାର ପଟ୍ଟନାୟକ,ଅଜୟ ପଟ୍ଟନାୟକ, ଦୀପକ୍ ସେହଗଲ୍, ପ୍ରଶାନ୍ତ ସାହୁ, କୁଳଦୀପ୍ ରଥ, ପ୍ରତାପ ଚୋଧୁରୀ,ସ୍ମରଣ ମିଶ୍ର, ବିଶ୍ୱଜିତ ମିଶ୍ର, ବିଶ୍ୱ ମୋହନ ପଟ୍ଟନାୟକ, ପରମାନନ୍ଦ ମିଶ୍ର, ରମେଶ କେଜ୍ରିୱାଲ, ରୁମାଲ ସେହଗଲ୍, କାଦମ୍ବିନୀ ରଥ, ବିଜୟ ଅଗ୍ରୱାଲ ପ୍ରମୁଖଙ୍କୁ କ୍ଲବ୍ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।