ଆଇସିଏଫ ପରିଦର୍ଶନ କଲେ ରେଳମନ୍ତ୍ରୀ

ଆଇସିଏଫ ପରିଦର୍ଶନ କଲେ ରେଳମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶୁକ୍ରବାର ଇଣ୍ଟେଗ୍ରାଲ କୋଚ ଫ୍ୟାକ୍ଟରୀ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ଅମି୍ରତ ଭାରତ ଟ୍ରେନର ଅତ୍ୟାଧୁନିକ କୋଚଗୁଡ଼ିକୁ ବୁଲି ଦେଖିଥିଲେ । ଯେଉଁଥିରେ ଯାତ୍ରୀମାନଙ୍କ ସୁବିଧା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଛି । ଅମି୍ରତ ଭାରତ ଟ୍ରେନର ଅତ୍ୟାଧୁନିକ କୋଚରେ ଟୋଏଲଟ ସହ କପଲର ମଧ୍ୟ ଲଗାଯାଇଛି । ଏହାଛଡ଼ା ରେଳମନ୍ତ୍ରୀ ଶୀତତାପ ନିୟନ୍ତ୍ରିତ ଭିଷ୍ଟାଡମ ଡାଇନିଂ କାର ମଧ୍ୟ ବୁଲି ଦେଖିଛନ୍ତି । ଏହି ଅବସରରେ ସାଧାରଣ ପରିଚାଳକ/ଆଇସିଏଫ ୟୁ.ସୁବ୍ୱା ରାଓ ଅମି୍ରତ ଭାରତ ଟ୍ରେନର କୋଚ ଓ ଭିଷ୍ଟାଡମ ଡାଇନିଂ କାର ସମ୍ପର୍କରେ ରେଳମନ୍ତ୍ରୀଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପରେ ରେଳମନ୍ତ୍ରୀ ବିଭିନ୍ନ ଟ୍ରେଡ ୟୁନିୟନର ପ୍ରତିନିଧିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ।