ଅପରେସନ୍ ବ୍ଲାକ ଫରେଷ୍ଟ : ୩୧ ମାଓବାଦୀ ନିପାତ
ସଫଳ ହୋଇଛି ଅପରେସନ୍ ବ୍ଳାକ୍ ଫରେଷ୍ଟ । ସୁରକ୍ଷା ବଳର ଘନଘନ କମ୍ବିଂ ଅପରେସନ ଓ ଆକ୍ରମଣରେ ମାଓ ଗଡ଼ ଖିନଭିନ ହୋଇଯାଇଛି । କୁରାଗୁଟାଲୁ ପର୍ବତ ଅଞ୍ଚଳରେ ଚାଲିଥିବା ଅପରେସନରେ ୩୧ ମାଓବାଦୀ ନିପାତ ହୋଇଛନ୍ତି । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସୁରକ୍ଷାକର୍ମୀମାନଙ୍କ ପ୍ରଶଂସାରେ ଶତମୁଖ ହୋଇଯାଇଛନ୍ତି ।
ଏକ୍ସ ଯୋଗେ ଶାହ କହିଛନ୍ତିଯେ, ଯେଉଁଠି ଦିନେ ଲାଲ ଆତଙ୍କର ରାଜ୍ ଥିଲା ସେଠାରେ ଏବେ ତ୍ରିରଙ୍ଗା ଉଡୁଛି । କୁରୁଗୁଟାଲୁ ପାହାଡ଼ ପିଏଲଜିଏ ବାଟାଲିୟନ୍ ୧, ଡିକେଏସଜେଡ଼ସି, ଟିଏସସି ଏବଂ ସିଆରସି ଭଳି ବଡ଼ ନକ୍ସଲ ସଂସ୍ଥାର ହେଡ଼କ୍ୱାର୍ଟର ଥିଲା । ଏଠାରେ ନକ୍ସଲଙ୍କୁ ଟ୍ରେନିଂ ଦିଆଯିବା ସହ ରଣନୀତି ଓ ହତିଆର ତିଆରି କରାଯାଉଥିଲା । ସୁରକ୍ଷାକର୍ମୀମାନେ ଅତ୍ୟନ୍ତ ସାହସର ସହ ନକ୍ସଲଙ୍କର ସାମ୍ନା କରି ନିପାତ କରିଛନ୍ତି । ଦେଶ ତାଙ୍କ ପାଇଁ ଗର୍ବ କରୁଛି ବୋଲି ଶାହ କହିଛନ୍ତି । ସୂଚନାଯୋଗ୍ୟଯେ, ସୀମାନ୍ତ ଛତିଶଗଡ ଏବଂ ତେଲେଙ୍ଗାନା ସୀମାବର୍ତ୍ତୀ ଅଞ୍ଚଳରେ ରହିଥିବା ବିଶାଳ ଜଙ୍ଗଲରେ ନକ୍ସଲ ସଂଗଠନର ସମସ୍ତ ବଡବଡ ନେତା ଏବଂ ପିଏଲଜିଏର ଟପ୍ କ୍ୟାଡର ନକ୍ସଲମାନେ ରହିଥିବା ପୁଲିସ ସୂଚନା ପାଇବା ପରେ ଗତ ଏପ୍ରିଲ ୨୧ ତାରିଖରୁ ମେ ୨୧ ଯାଏଁ ୧୦ ହଜାର ଯବାନଙ୍କୁ ନେଇ ଅପରେସନ୍ ଆରମ୍ଭ ହୋଇଥିଲା । ୨୦ ଦିନରୁ ଊର୍ଦ୍ଧ୍ୱ ସମୟ ଧରି ଯବାନ ଜଙ୍ଗଲରେ ଅପରେସନ ଜାରି ରଖିଥିଲେ । ଏହି ଜଙ୍ଗଲ ୬୦ କିମି ଲମ୍ବା ଓ ୨୦ କିମି ଓସାର । ଅପରେସନ୍ରେ ୧୬ ମହିଳା ନକ୍ସଲ ଏବଂ ୧୫ ପୁରୁଷ ନକ୍ସଲ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କର ପରିଚୟ ମିଳିସାରିଛି । ଦ୍ଭ ୭ ପୃଷ୍ଠାରେ...