ଗାଜା ଉପରେ ବଡ଼ ଆକ୍ରମଣ

 ଇସ୍ରାଏଲର ଗାଜା ଉପରେ ବଡ଼ ଆକ୍ରମଣ । ଆକ୍ରମଣରେ ଗାଜା ସହରରେ ୯୧ ଜଣଙ୍କର ମୃତ୍ୟୁ ହୋଇଛି, ସୂଚନା ଅନୁଯାୟୀ, ମଙ୍ଗଳବାରରୁ ଆରମ୍ଭ ହୋଇଥିବା ଆକ୍ରମଣରେ ଗାଜାରେ ମୋଟ ୧୦୬ ଜଣ ପ୍ରାଣ ହରାଇଛନ୍ତି। ହଜାର ହଜାର ଲୋକ ଗାଜା ସହର ଛାଡୁଛନ୍ତି। ଇସ୍ରାଏଲୀ ସୈନ୍ୟ ବିସ୍ଫୋରକ ସଜ୍ଜିତ ରୋବଟ୍ ବ୍ୟବହାର କରିଛି। ଇସ୍ରାଏଲୀ କହିଛି, ଗାଜା ସହରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ କିଛି ମାସ ଲାଗିବ  ।