ଏଆଇ ଭିଡ଼ିଓକୁ ଇସିଆଇଙ୍କ ନା
ନୂଆଦିଲ୍ଲୀ : ଆଜିକାଲି ପ୍ରତିପକ୍ଷଙ୍କୁ ଟାର୍ଗେଟ୍ କରିବା ପାଇଁ ଅନେକ ନେତା ଓ ରାଜନୀତିକ ଦଳ ଏଆଇ ଭିଡ଼ିଓର ବ୍ୟବହାର କରୁଛନ୍ତି । ଏଆଇ ଭିଡ଼ିଓ ଅତ୍ୟନ୍ତ ଅଶୋଭନୀୟ ଢଙ୍ଗରେ କରାଯାଉଛି । ଏହାକୁ ଆଖିଆଗରେ ରଖି ବିହାର ନିର୍ବାଚନ ବେଳେ ଏଆଇ ଭିଡ଼ିଓ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ପ୍ରତିପକ୍ଷଙ୍କ ବିରୋଧରେ କୌଣସି ପ୍ରକାର ଏଆଇ ଭିଡ଼ିଓକୁ ଇସିଆଇ ଅନୁମତି ପ୍ରଦାନ କରିବେ ନାହିଁ । ଇସିଆଇ ନିରପେକ୍ଷ ଓ ମୁକ୍ତ ଭାବେ ବିହାର ନିର୍ବାଚନ ପରିଚାଳନା ପାଇଁ ଚାହୁଁଛନ୍ତି । ନିର୍ବାଚନ ଆଚରଣ ବିଧି ଆଧାରରେ ପ୍ରାର୍ଥୀମାନେ ପ୍ରଚାର କରିବାକୁ ଇସିଆଇ ପରାମର୍ଶ ଦେଇଛନ୍ତି । ସେହିପରି ପ୍ରଚାର ବେଳେ ପ୍ରତିପକ୍ଷଙ୍କ ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରାଯାଇପାରିବ ନାହିଁ । ସେହିପରି ଏଆଇ ଭିଡ଼ିଓ ସୋସିଆଲ ମିଡ଼ିଆରେ ପ୍ରଚାର ପାଇଁ ବ୍ୟବହାର ବେଳେ ସେଥିରେ ସୁସ୍ପଷ୍ଟ ଭାବେ ଏଆଇ ଜେନେରେଟେଡ଼ ଅବା ଡିଜିଟାଲ ମାନିପୁଲେଟେଡ ବୋଲି ଉଲ୍ଳେଖ କରିବାକୁ ପଡ଼ିବ ।