ଅନିଲ-ହଂସିକାଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ରାଜଧାନୀରେ ହାଇ ପ୍ରୋଫାଇଲ୍‌ ଠକେଇ ମାମଲାରେ ଅନିଲ- ହଂସିକାଙ୍କ ଜାମିନ ଖାରଜ କଲେ ଭୁବନେଶ୍ଵର ଏଡିଜେ ୨ କୋର୍ଟ । ଜାନୁଆରୀ ୧୮ ତାରିଖରେ ଉଭୟଙ୍କ ଶୁଣାଣି ହୋଇଥିଲା । ଶୁଣାଣି ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଅନ୍ୟପଟେ ଉଭୟଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କଲା କମିଶନରେଟ ପୋଲିସ । ଏଡିଜେ ୨ କୋର୍ଟରେ ରିମାଣ୍ଡ ଆବେଦନ କରାଯାଇଛି ।  ଅନିଲ- ହଂସିକା ଗିରଫ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଉଭୟଙ୍କୁ ରିମାଣ୍ଡରେ ଆଣି ଏହି ସମୟରେ ହଂସିକାଙ୍କ ଯୁବତୀ ଚାଲାଣ ଲିଙ୍କ ଖୋଲିବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ । ଝାଡ଼ଖଣ୍ଡରୁ କଲଗାର୍ଲ୍‌ ଆଣି କାହାକୁ ଯୋଗାଇଥିଲେ ହଂସିକା, ତାର ଛାନଭିନ କରିବ କମିଶନରେଟ ପୋଲିସ ।