ଚାମ୍ପିଅନ୍ସ ଟ୍ରଫି ପାଇଁ ଆଜି ଆସିବ ଖେଳସୂଚୀ : ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ମଧ୍ୟରେ ହ୍ରାଇବ୍ରିଡ ମଡେଲରେ ମ୍ୟାଚ୍‌ ଖେଳାଯିବ

 ହ୍ରାଇବ୍ରିଡ ମଡେଲରେ ହେବାକୁ ଥିବା ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାଇଁ ଆଜି ଆସିବ ଖେଳସୂଚୀ । ଆଜି ଆଇସିସି ପକ୍ଷରୁ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରାଯିବ । କେବଳ ଭାରତ ମ୍ୟାଚ ଦୁବାଇରେ ଖେଳାଯିବ ବୋଲି ସୂଚନା ମିଳିଛି । ବାକି ମ୍ୟାଚ ପାକିସ୍ତାନରେ ଖେଳାଯିବ । ଆସନ୍ତା ଫେବୃଆରୀ ୧୯ ତାରିଖରୁ ମାର୍ଚ୍ଚ ୯ ମଧ୍ୟରେ ଟୁର୍ଣ୍ଣାମେଣ୍ଟ ଖେଳାଯିବ । 

ଭାରତ ଓ ପାକିସ୍ତାନ ବିବାଦ ଯୋଗୁ ହାଇବ୍ରିଡ୍ ମଡେଲ୍ ପାଇଁ ପିସିବି ରାଜି ହେବା ପରେ ଟୁର୍ଣ୍ଣାମେଣ୍ଟର ଖେଳସୂଚୀ ଆସିବାକୁ ଯାଉଛି । ୨୦୨୫ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଆୟୋଜନ କରୁଛି । କିନ୍ତୁ ସୁରକ୍ଷା କାରଣ ଦର୍ଶାଇ  ଭାରତ ଯିବାକୁ ମନା କରିଛି । ଏହା ପଛରେ ସେବେଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଭାରତ ଏକ ହାଇବ୍ରିଡ୍ ମଡେଲ ପ୍ରସ୍ତାବ ଦେଇଥିଲା, ଯାହାକୁ ପାକିସ୍ତାନ କିଛି ସର୍ତ୍ତ ସହ ଗ୍ରହଣ କରିଥିଲା । ବିସିସିଆଇ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟରେ ବୁଝାମଣା ପରେ ନିଷ୍ପତ୍ତି ନିଆଯାଇଥିଲା ଯେ ଚାମ୍ପିୟନ୍ସ ଟ୍ରଫି ପାକିସ୍ତାନ ଏବଂ ଦୁବାଇରେ ହାଇବ୍ରିଡ୍ ମଡେଲରେ ଖେଳାଯିବ ।