ପେଟ ଯନ୍ତ୍ରଣା କାହିଁକି ହୁଏ?

ପେଟ ଯନ୍ତ୍ରଣା କାହିଁକି ହୁଏ?

 ଆଧୁନିକ ଜୀବନ ଶୈଳୀ, କମ୍ ଶାରୀରିକ ପରିଶ୍ରମ, ଚିନ୍ତା ଆଦି ଯୋଗୁ ଏବେ ପେଟ ରୋଗ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳୁଛି । ପେଟରେ ଯନ୍ତ୍ରଣା ହେଉଛି । କିନ୍ତୁ ପେଟ ଯନ୍ତ୍ରଣାର ରୋଗ ସମାନ ନୁହେଁ । କିଛି କ୍ଷେତ୍ରରେ ପେଟରେ ଯନ୍ତ୍ରଣା ବିିଭିନ୍ନ ରୋଗ ପାଇଁ ହୋଇଥାଏ । କିନ୍ତୁ କିଛି କ୍ଷେତ୍ରରେ କୌଣସି କାରଣ ନଥାଏ ମଧ୍ୟ ପେଟ ଯନ୍ତ୍ରଣା ହୋଇଥାଏ । କିନ୍ତୁ କେଉଁ ରୋଗ ପାଇଁ ପେଟରେ ପେନ ହେଉଛି ତା’ର ପ୍ରକୃତ କାରଣ ନ ଜାଣି ମନଇଛା ମେଡିସିନ ଆଣି ଖାଇଲେ ଏହା ରୋଗକୁ ଅଧିକ ବଢାଇ ଦେଇଥାଏ ।

ପେଟ ଯେତିକି ପରିମାଣରେ ଶର୍ଯ୍ୟ କରିବ ତା’ଠୁ ଅଧିକ ଚାପ ଉପରେ ପଡିଲେ ।
ପେଟରେ ରୋଗପ୍ରତିରୋଧ ଶକ୍ତି କମିଗଲେ ।
ପେଟ ଭିତରେ କିଛି ଏସିଡ୍ ଅଧିକ ତିଆରି ହେଲେ ।
ପେଟରେ ଅତ୍ୟଧିକ ଗ୍ୟାସ୍ ସୃଷ୍ଟି ହେଲେ । 
ଅଧିକ ପରିମାଣରେ ମଦ, ସିଗାରେଟ ଖାଇଲେ। 
ଅଧିକ ପରିମାଣରେ ଜଙ୍କ୍ ଫୁଟ୍ ଅବା ଫାଷ୍ଟ ଫୁଡ ଖାଇଲେ । 
ଖାଦ୍ୟ ନଳୀରେ କୌଣସି ସ୍ଥାନରେ ଖାଦ୍ୟ ଲାଗି ରହିଲେ । 

ପେଟରେ ଅଲସର ରହିଲେ ରୋଗୀଙ୍କୁ କଳା ଝାଡ଼ା, ବାନ୍ତି ରକ୍ତ ବାନ୍ତି ହୋଇଥାଏ । ରୋଗୀ କିଛି ଖାଇପାରେନି, ଯାହା ଖାଇଲେ ବାନ୍ତି ହୁଏ ପେଟରେ କଣା ହୋଇଯାଏ, ଆପେଣ୍ଡିକ୍ସ, ଷ୍ଟୋନ ହୋଇଥାଏ । ପାନକ୍ରିଏସ୍ ଅବା ଅଗ୍ମାଶୟ କ୍ୟାନସର ହୋଇଥାଏ, ଅଗ୍ନାଶୟ ଫୁଲିଯାଏ । ଆପେଣ୍ଡିକ୍ସ, ଜଣ୍ଡିସ୍, ପେଟରେ ଘା’, ଭଳି ରୋଗ ହୋଇଥାଏ । କଳା ଝାଡା, ରକ୍ତ ବାନ୍ତି, ଆଦୌ ଝାଡା ହେଉନି, ପେଟ ଫୁଲିକି ରୁହେ ।