ସକାଳ ସମୟରେ ଚାଲିବାର ଲାଭ ଜାଣନ୍ତୁ

ସକାଳ ବେଳା ଚାଲିବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ଏହାଦ୍ୱାରା ଦିନସାରା ଜଣେ ଆକ୍ଟିଭ ରୁହନ୍ତି । ସକାଳେ ଚାଲିବା ଦ୍ୱାରା ପେଟରୁ ଏମିତି ରସାୟନ ସବୁ ବାହାରିଥାଏ । ଯାହା ମୁଡ୍ ଭଲ କରିବାରେ ସାହାଯ୍ୟ କରେ । ଏହାଦ୍ୱାରା ମେଟାବଲିଜିମ୍ ମଧ୍ୟ ମଜଭୁତ ହୁଏ । ସେହିଭଳି ସକାଳେ ଚାଲିବା ଦ୍ୱାରା ଶରୀର ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିଥାଏ । ଯାହାଦ୍ୱାରା ହାଡ଼ ମଜଭୁତ ହୋଇଥାଏ । ଅନ୍ୟପକ୍ଷରେ ଜଣେ ସଂଧ୍ୟାବେଳେ ଚାଲିବା ଦ୍ୱାରା ଦିନସାରାର ଚାପ ଓ ଅବସାଦରୁ ମୁକ୍ତ ହୋଇଥାନ୍ତି । କେବଳ ସେତିକି ନୁହେଁ, ଏଥିଯୋଗୁଁ ଖାଦ୍ୟ ମଧ୍ୟ ଠିକ୍ ଭାବେ ହଜମ ହୋଇଥାଏ । ଚାଲିବା ସହ ଏହି ସମୟରେ ଜଣେ ଯଦି ବ୍ୟାୟାମ କରନ୍ତି, ଓଜନ ଶୀଘ୍ର ହ୍ରାସ ପାଇଥାଏ । ତେବେ ସକାଳେ ଓ ସଂଧ୍ୟାବେଳେ ଚାଲିବା ଦ୍ୱାରା ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ । ଜଣକର ଜୀବନଚର୍ଯ୍ୟା ଅନୁସାରେ ସେ ସକାଳେ କିମ୍ବା ସଂଧ୍ୟାବେଳେ ଚାଲିବେ ଏହା ସ୍ଥିର କରିବା ଆବଶ୍ୟକ । ଅନେକ ଲୋକ ଶୀଘ୍ର ଉଠି ପାରନ୍ତି ନାହିଁ, ସେଥିପାଇଁ ସେମାନେ ସକାଳେ ଚାଲିପାରନ୍ତି ନାହିଁ । ତେବେ ସୁସ୍ଥ ରହିବା ପାଇଁ ଜଣେ ନିୟମିତ ଚାଲିବା ଆବଶ୍ୟକ ।