ବିବାହ ଦିନ ଝିଅମାନେ କିପରି ନେବେ ସ୍ୱାସ୍ଥ୍ୟର ଯତ୍ନ

ବିବାହ ଦିନ ଝିଅମାନେ କିପରି ନେବେ ସ୍ୱାସ୍ଥ୍ୟର ଯତ୍ନ

ପ୍ରତ୍ୟେକ ଝିଅ ନିଜ ବିବାହ ଦିନରେ ଭଲ ଦେଖାଯିବା ଏବଂ ଭଲ ଅନୁଭବ କରିବାକୁ ଚାହାଁନ୍ତି । କିନ୍ତୁ ବ୍ୟସ୍ତତା ଯୋଗୁଁ ଝିଅମାନଙ୍କ ପାଇଁ ସ୍ୱାସ୍ଥ୍ୟ ଏବଂ ଫିଟନେସକୁ ଧ୍ୟାନ ଦେବା କଷ୍ଟକର ହୋଇଥାଏ । ତେଣୁ ବିବାହ କରିବାକୁ ଯାଉଥିବା ଝିଅମାନଙ୍କ ପାଇଁ ଫିଟନେସ କୋଚ ଏବଂ ପିଲାଟିସ ବିଶେଷଜ୍ଞ ୟସ୍ମିନ କରାଚିୱାଲା ୫ଟି ଗୁରୁତ୍ୱପୂର୍ଣ୍ଣ ଟିପ୍ସ ପ୍ରଦାନ କରିଛନ୍ତି । ସେ କହିଛନ୍ତିଯେ, ଖାଇବା ଛାଡି ଦେବା କିମ୍ବା କମ୍ ଖାଇବା ପରିବର୍ତ୍ତେ ଅତ୍ୟାବଶ୍ୟକ ପୋଷଣଯୁକ୍ତ ସନ୍ତୁଳିତ ଖାଦ୍ୟ ଖାଇବା ଆବଶ୍ୟକ । ସ୍ନାକ୍ସରେ ଖାଇବା ପାଇଁ କାଲିଫର୍ଣ୍ଣିଆ ଆଲମଣ୍ଡ ପରି ନଟ୍ସ ସର୍ବୋତ୍ତମ  । ୨୦୦ରୁ ଅଧିକ ପ୍ରକାଶିତ ଅଧ୍ୟୟନରେ ଦର୍ଶାଯାଇଛି ଯେ ଭିଟାମିନ ଇ, ମେଗ୍ନସିୟମ, ପ୍ରୋଟିନ, ରାଇବୋଫ୍ଲାଭିନ ଏବଂ ଜିଙ୍କ ଭଳି ୧୫ଟି ପୋଷକ ତତ୍ତ୍ୱରେ ଭରପୂର ଆଲମଣ୍ଡରେ ଅନେକ ସ୍ୱାସ୍ଥ୍ୟ ଉପକାର ରହିଛି । ବିଶେଷ ଭାବରେ କାଲିଫର୍ଣ୍ଣିଆ ଆଲମଣ୍ଡ ପ୍ରୋଟିନର ଏକ ସମୃଦ୍ଧ ଉତ୍ସ, ଏକ ପୋଷଣଯୁକ୍ତ ଖାଦ୍ୟ ଯାହା କେବଳ ଶକ୍ତି ଉତ୍ପାଦନକାରୀ ନୁହେଁ ବରଂ ମାଂସପେଶୀ ବସ୍ତୁତ୍ୱର ବୃଦ୍ଧି ଏବଂ ରକ୍ଷଣାବେକ୍ଷଣରେ ମଧ୍ୟ ସହାୟକ ହୋଇଥାଏ  । ଆଲମଣ୍ଡକୁ ଆପଣ ଭଜା କିମ୍ବା ଏହାକୁ ଭାରତୀୟ ମସାଲା ସହିତ ମିଶ୍ରଣ କରି ଖାଇପାରିବେ ।
 ହାଇଡ୍ରେଟେଡ ରହିବା ଦ୍ୱାରା ହଜମ ଉନ୍ନତ ହୋଇଥାଏ, ଚାପ ହ୍ରାସ ହୋଇଥାଏ ଏବଂ ତ୍ୱଚା ସ୍ୱାସ୍ଥ୍ୟ ବଢିଥାଏ  । ତେଣୁ ଏଥିପାଇଁ ପର୍ଯ୍ୟାପ୍ତ ଜଳ ପିଅନ୍ତୁ, କାକୁଡ଼ି ପରି ଜଳ ସମୃଦ୍ଧ ଫଳ ଏବଂ କମଳା ପରି ଖଟା ଫଳ ମଧ୍ୟ ହାଇଡ୍ରେଟେଡ ରଖିବାରେ ସହାୟକ ହୋଇପାେ  । ବିବାହ ପ୍ରସ୍ତୁତିରୁ ଚାପ ସୃଷ୍ଟି ହୋଇପାରେ କିନ୍ତୁ ଏହାକୁ ପ୍ରଭାବଶାଳୀ ଭାବରେ ନିୟନ୍ତ୍ରଣ କରିବା ଗୁରୁତ୍ୱପୂର୍ଣ୍ଣ । ପ୍ରାଣାୟାମ ଏବଂ ହାଲୁକା ଯୋଗ ଭଳି ଅଭ୍ୟାସକୁ ଅନ୍ତର୍ଭୁକ୍ତ କରି ମନକୁ ଶାନ୍ତ କରନ୍ତୁ । ଏହି ଅଭ୍ୟାସ କନ୍ୟାର ଉଜ୍ୱଳତା ସହିତ ତ୍ୱଚା ଏବଂ ସାମଗ୍ରିକ ରୂପକୁ ମଧ୍ୟ ବୃଦ୍ଧି କରିଥାଏ । ଯେକୌଣସି ବିବାହ କରିବାକୁ ଯାଉଥିବା କନ୍ୟା ପାଇଁ ପର୍ଯ୍ୟାପ୍ତ ନିଦ ଜରୁରୀ । ପ୍ରତ୍ୟେକ ରାତିରେ ଅତି କମରେ ୭-୮ ଘଣ୍ଟାର ଗୁଣାତ୍ମକ ନିଦ ପାଇଁ ଲକ୍ଷ୍ୟ ରଖନ୍ତୁ  । ଯଥେଷ୍ଟ ବିଶ୍ରାମ ପାଇଥିବା କନ୍ୟା କେବଳ ଅଧିକ ଆରାମଦାୟକ ଅନୁଭବ କରେ ନାହିଁ ବରଂ ଉଜ୍ଜ୍ୱଳ ଦେଖାଯାଏ ।