ଆପଣଙ୍କ ରାଶି ଅନୁସାରେ ଜାଣନ୍ତୁ କିପରି କଟିବ ନୂଆବର୍ଷ

ଆପଣଙ୍କ ରାଶି ଅନୁସାରେ ଜାଣନ୍ତୁ କିପରି କଟିବ ନୂଆବର୍ଷ

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆବର୍ଷ ୨୦୨୫ ଖୁବ୍‌ ଶୁଭଙ୍କର ହେବ । ଆର୍ଥିକ ସ୍ଥିତି ବେଶ ମଜଭୁତ ହେବ । ଅନେକ ଅଟକି ଥିବା କାମ ପୂରଣ ହେବ । ୨୪ ଅଗଷ୍ଟ ପରେ ଏକ ବଡ ମନ ପସନ୍ଦର କାମରେ ସଫଳତା ମିଳିବ । ସାମାନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆସିପାରେ । ମଧୁମେହ ରୋଗୀ ମାନେ ଅଗଷ୍ଟରୁ ସେପ୍ଟେମ୍ବର ମାସ ପର୍ୟ୍ୟନ୍ତ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‌ ହୁଅନ୍ତୁ । ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରନ୍ତୁ । ସମସ୍ତ ସମସ୍ୟା ଦୂର ହୋଇଯିବ । ଶିକ୍ଷା ଓ କର୍ମକ୍ଷେତ୍ର ଦୃଷ୍ଟିରୁ ନୂଆବର୍ଷ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ବିଦେଶ ଯାତ୍ରାର ଯୋଗ ରହିଛି । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ । ବୈବାହିକ ଜୀବନ ସୁଖମୟ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ପ୍ରଭୁ ଶିବ ଶଙ୍କରଙ୍କ ଉପାସନା କରିବା ଦ୍ୱାରା ବିଳମ୍ବ ହେଉଥିବା ଯୁବକ ଯୁବତୀଙ୍କ ବିବାହ ଶୀଘ୍ର ହେବ ।

ବୃଷ – ଆର୍ଥିକ ଦୃଷ୍ଟିରୁ ଏହି ରାଶି ବ୍ୟକ୍ତି ବିଶେଷ ଲାଭବାନ୍‌ ହେବେ । ଧନ ପ୍ରାପ୍ତି ହେବ । ଗୃହ ନିର୍ମାଣ କରିବାର ଯୋଗ ରହିଛି । ଏଥିରେ ସଫଳତା ମିଳିବ । ସୁନା ଓ ହୀରା ଆଭୂଷଣ କିଣିବାର ଯୋଗ ରହିଛି । ମା’ଲକ୍ଷ୍ମୀ ସରଳ ମନ୍ତ୍ର ପ୍ରତି ଶୁକ୍ରବାର ଜପ କରିବା ଦ୍ୱାରା ଆର୍ଥିକ ସ୍ଥିତି ଅଧିକ ମଜଭୁତ ହେବ । ବିଦେଶ ଯାତ୍ରାର ମଧ୍ୟ ଯୋଗ ଅଛି । ସ୍ୱାସ୍ଥ୍ୟ ଜନିତ କିଛି ସମସ୍ୟା ଆସିପାରେ । ଛାତ୍ରଛାତ୍ରୀ ସଫଳତା ପାଇବେ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ନୂଆ ପଦ ମିଳିବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଁ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରନ୍ତୁ । ଅଧିକ ଶୁଭଫଳ ପାଇଁ ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଦୀପ ଲଗାଇବା ସହ ହନୁମାନ ଚାଳିଶା ପାଠ କରନ୍ତୁ ।


ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ୨୦୨୫ ସଫଳତା ନେଇ ଆସିବ । ନୂଆ ବ୍ୟବସାୟରେ କାମ ଆରମ୍ଭ କରିବେ । ଗୃହ ସହ ଜଡିତ ଥିବା କିଛି କାର୍ୟ୍ୟ ପୂରଣ ହେବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ବର୍ଷ ଶୁଭଙ୍କର ରହିବ । ମାତ୍ର ଜୁନ୍‌, ମେ’, ଅକ୍ଟୋବରରେ ସାମାନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆସିପାରେ । ଅଧିକ ଶୁଭଫଳ ପାଇଁ ପ୍ରତି ବୁଧବାର ପ୍ରଭୁ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଶୁଭ ରହିଛି । ନୂଆ ନୂଆ ସୁଯୋଗ ମିଳିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ଏହାସହ ପ୍ରେମ ବିବାହର ଯୋଗ ମଧ୍ୟ ରହିଛି । ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବ ।

କର୍କଟ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ବ୍ୟବସାୟରେ ଲାଭ ମିଳିବ । ପ୍ରାରମ୍ଭିକ ୨ ମାସ ଅଧିକ ଶୁଭଫଳ ମିଳିବ । ଧନ ପ୍ରାପ୍ତି ସହ ମାନ-ସମ୍ମାନ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ବର୍ଷ ମିଶ୍ରିତ ଫଳ ଦେବ । ପ୍ରଭୁ ଶିବଶଙ୍କରଙ୍କ ପୂଜା ସହ ରୁଦ୍ରାଭିଷେକ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉତ୍ତମ ରହିବ । ଅବିବାହିକ ଯୁବକ ଯୁବତୀଙ୍କ ବିବାହ ସ୍ଥିର ହେବ । ଧାର୍ମିକ ଯାତ୍ରାର ଯୋଗ ରହିଛି । ସନ୍ତାନଙ୍କ ସଫଳତା ପାଇଁ ମନ ଖୁସି ରହିବ । ଜୀବନରେ ଉନ୍ନତି ହେବ ।

ସିଂହ – ନୂଆବର୍ଷ ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ଖୁବ୍‌ ମଜଭୁତ ହେବ । ଅକ୍ଟୋବର ଓ ନଭେମ୍ବର ମାସରେ ଘର କିଣିବାର ଯୋଗ ରହିଛି । ସ୍ୱାସ୍ଥ୍ୟ ଉତ୍ତମ ରହିବ । ପେଟ ଜନିତ ସାମାନ୍ୟ ସମସ୍ୟା ଆସିପାରେ । କାର୍ୟ୍ୟରେ ସଫଳତା ପାଇଁ ଆପଣଙ୍କ ରାଶି ସ୍ୱାମୀ ଗ୍ରହ ସୂର୍ୟ୍ୟଦେବଙ୍କୁ ଜଳ ନିୟମିତ ଜଳ ଅର୍ପଣ କରନ୍ତୁ । ଧନର ଆଗମନ ହେବ । ବୈବାହିକ ଜୀବନ ସୁଖମୟ ହେବ ।

କନ୍ୟା – ଏହି ବର୍ଷ ଆପଣଙ୍କ ପାଇଁ ସଫଳତାର ବର୍ଷ ହେବ । ଧନର ଆଗମନ ହେବ । ଅଟକି ଥିବା କାମ ପୂରଣ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମାତ୍ର ଚକ୍ଷୁ ଓ ଶ୍ୱାସ ଜନିତ ସମସ୍ୟା ହୋଇପାରେ । ପ୍ରଭୁ ଶିବଙ୍କୁ ଉପାସନା ସହ ଦାନ କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହେବ । ବିଦ୍ୟାର୍ଥୀ ଅଧିକ ପରିଶ୍ରମ କରନ୍ତୁ । ପ୍ରେମରେ ସଫଳତା ମିଳିବ । ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ ।

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସଫଳତା ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ମାର୍ଚ୍ଚ, ମେ’, ନଭେମ୍ବର ମାସରେ ଧନ ବର୍ଷା ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଅସହାୟଙ୍କୁ ଦାନ କରନ୍ତୁ । ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ ।

ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆର୍ଥିକ ଉନ୍ନତି ହେବ । ଟଙ୍କା ସଠିକ୍‌ କାମରେ ଖର୍ଚ୍ଚ ହେବ । ଧନୁ କିମ୍ବା ମୀନ ରାଶି ବ୍ୟକ୍ତି ବିଶେଷ ସହଯୋଗ କରିବେ । ମାସେ କିମ୍ବା ୨ ମାସ ଉତ୍ଥାନ ପତନ ସମୟ ଆସିପାରେ । ପ୍ରଭୁ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହେବ । ଧାର୍ମିକ ଯାତ୍ରାର ଯୋଗ ରହିଛି । କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ ।

ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ଅଟକି ଥିବା କାମ ପୂରଣ ହେବ । ମେଷ, କର୍କଟ, ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସହଯୋଗ ମିଳିବ । ସ୍ୱାସ୍ଥ୍ୟ ଦୃଷ୍ଟିରେ ବର୍ଷ ଉତ୍ତମ ରହିବ । ପ୍ରଭୁ ହନୁମାନଙ୍କୁ ପୂଜା କରନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପାଇଁ ସାମାନ୍ୟ ଚିନ୍ତିତ ରଖିପାରେ । କାମରେ ସଫଳତା ମିଳିବ ।

ମକର – ୨୦୨୫ ନୂଆବର୍ଷ ଧନ ପ୍ରାପ୍ତି ପାଇଁ ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ସେପ୍ଟେମ୍ବରରୁ ନଭେମ୍ବର ପର୍ୟ୍ୟନ୍ତ ଧନର ସଠିକ୍‌ ଉପଯୋଗ କରି ଘର, ଭୂମି କିଣିବେ । ସନ୍ତାନ ସଫଳତା ମିଳିବ । ପେଟ ଜନିତ ସମସ୍ୟା ହୋଇପାରେ । ଏହି ବର୍ଷରେ ଅନେକ ଶୁଭଫଳ ମିଳିବ । ପ୍ରତ୍ୟେକ ଶନିବାର ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଅର୍ପଣ କରିବା ସହ ଦୀପ ଲଗାନ୍ତୁ । ଶନିଙ୍କ ସହ ଜଡିତ ତେଲ, ରାଶି ଆଦି ଦାନ କରନ୍ତୁ । ଏହାଦ୍ୱାରା ସ୍ୱାସ୍ଥ୍ୟ ଉତ୍ତମ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ ।

କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଧନ ସମ୍ପତ୍ତି ପ୍ରାପ୍ତି ହେବ । ଚିକିତ୍ସା କ୍ଷେତ୍ରରେ ଥିବା ଲୋକେ ଲାଭବାନ୍‌ ହେବେ । ପ୍ରଭୁ ହନୁମାନଙ୍କୁ ପୂଜା କରି ସଫଳତା ପାଇବେ । ସ୍ୱାସ୍ଥ୍ୟ ଜନିତ କିଛି ସମସ୍ୟା ହୋଇପାରେ । ଅସହାୟଙ୍କୁ ଖାଦ୍ୟ, ବସ୍ତ୍ର ଦାନ କରନ୍ତୁ । ପ୍ରେମ ସମ୍ପର୍କ ମଜଭୁତ ହେବ ।

ମୀନ – ପରିଶ୍ରମ କରି ସଫଳତା ପାଇବେ । ମାର୍ଚ୍ଚ ପର୍ୟ୍ୟନ୍ତ ସାମାନ୍ୟ ସମସ୍ୟା ଆସିପାରେ । ମାତ୍ର ଏପ୍ରିଲ ମାସ ପରଠାରୁ ଧନର ଆଗମନ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ପ୍ରଭୁ ଶିବଶଙ୍କରଙ୍କ ଉପାସନା କରିବା ସହ ରାଶି, ଅନ୍ନ, ବସ୍ତ୍ର ଦାନ କରନ୍ତୁ । ଏହାଦ୍ୱାରା ଶୁଭଫଳ ମିଳିବ ।