୧୪ରୁ ଭିତରକନିକା ବନ୍ଦ

୧୪ରୁ ଭିତରକନିକା ବନ୍ଦ

ଭୁବନେଶ୍ଵର:୧୪ ତାରିଖରୁ ପର୍ୟ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ ରହିବ। କୁମ୍ଭୀର ଗଣନା ପାଇଁ ୧୪ ତାରିଖରୁ ୨୧ ତାରିଖ ଯାଏଁ ଭିତରକନିକା ବନ୍ଦ ରହିବ। ପ୍ରଥମ କରି ଭିତରକନିକା ବାହାର ନଦୀନାଳରେ ମଧ୍ୟ ଗଣନା କରାଯିବ। ଏ ନେଇ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ  ଯାଦବଙ୍କ ପକ୍ଷରୁ ସୂଚନା ମିଳିଛି।
ସେପଟେ   କୁମ୍ଭୀର ଏବଂ ପକ୍ଷୀ ଗଣନା ପାଇଁ ଆସନ୍ତାକାଲିଠୁ ପର୍ୟ୍ୟଟକଙ୍କୁ ସାତକୋଶିଆ ମନା। କୁମ୍ଭୀର ଗଣନା ପାଇଁ ୫ ତାରିଖ ଅପରାହ୍ନରୁ ୯ ତାରିଖ ସକାଳ ପର୍ୟ୍ୟନ୍ତ ଏବଂ ପକ୍ଷୀ ଗଣନା ପାଇଁ ୧୭ ଏବଂ ୧୮ ତାରିଖ ପାଇଁ ମହାନଦୀରେ ବୋଟିଂ ବନ୍ଦ ରହିବ। ଏ ନେଇ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଏପରିକି ନଦୀରେ ମାଛ ଧରିବା ପାଇଁ ମଧ୍ୟ ବାରଣ କରାଯାଇଛି। ଗଣନା ପାଇଁ ବନ ବିଭାଗର ୧୪ ଟିମ୍ ନିୟୋଜିତ ହେବେ।