ଆମ ସଂସ୍କୃତିର ବିକାଶ ଆଉ ଓଡ଼ିଆ ମାଟିର ପ୍ରତିଭାଙ୍କ ବିଶେଷତ୍ଵ ଉପରେ ନିର୍ଭର କରେ : ରାମଚଣ୍ଡୀ ପ୍ରସାଦ ରଣସିଂ
ଭୁବନେଶ୍ବର : ସାଂସ୍କୃତିକ ସଙ୍ଗଠନ କନ୍ଦରପୁର ସରସ୍ଵତୀ କଳା ପରିଷଦର ୨୧ ତମ ବାର୍ଷିକ ଉତ୍ସବ ଓ ତିନି ଦିନିଆ ପ୍ରତିଭା ମହୋତ୍ସବ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପାଲିତ ହୋଇଯାଇଛି । ଉତ୍ସବରେ ଦୈନିକ ଖବର କାଗଜ "ସୂର୍ଯ୍ୟପ୍ରଭା" ପରିଚାଳନା ସଂପାଦକ ରାମଚଣ୍ଡୀ ପ୍ରସାଦ ରଣସିଂ ମୂଖ୍ୟବକ୍ତା ଭାବେ ଯୋଗଦାନ କରି ଓଡ଼ିଆ ସାହିତ୍ୟ ଓ ପ୍ରତିଭାଙ୍କ ବିକାଶ ଦିଗରେ ଗୁରୁତ୍ୱାରୋପ କରିଥିଲେ । ପରିଷଦର ସଭାପତି ପ୍ରତିଭା ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଟିତ ସଭାରେ ସଂପାଦକ ଆଶୋକ ପଟ୍ଟନାୟକ ସଂପାଦକିୟ ବିବରଣୀ ପାଠ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାକେଶ ବେହେରା ସରପଞ୍ଚ ଅୟତପୁର ପଞ୍ଚାୟତ,ପ୍ରଧ୍ୟାପକ ସନ୍ତୋଷ କୁମାର ତ୍ରିପାଠୀ,କବି ବାମଦେବ ସ୍ଵାଇଁ,ଭବାନୀ ଶଙ୍କର ରାୟ,ଦୀପକ ସାହୁ,ସୁଭଶ୍ରୀ ପଣ୍ଡା,ବୁଲେଇ ବେହେରା,ପ୍ରଭାତ ମଲ୍ଲିକ,ଇଂ.ଗୋପାଳ କୃଷ୍ଣ ଦାସ,ଦୀପକ ଚୌଧୁରୀ, ସାମ୍ୱାଦିକ ଶ୍ରୀ ଗୋବିନ୍ଦ,ସଂଜୟ ମିଶ୍ର,ନାରାୟଣ ଚନ୍ଦ୍ର ମହାନ୍ତି,ଉପେନ୍ଦ୍ର ବାରିକ,ଇଶ୍ୱର ମହାରଣା,ସୀତାରାମ ପଣ୍ଡା, ଆଇନଜୀବୀ କେଶବ କର,ସନ୍ତୋଷ ପତି,ଡକ୍ଟର ସନ୍ତୋଷ ପଣ୍ଡା,ଦମନ ମହାନ୍ତି,ସମାଜସେବୀ ପ୍ରଫୁଲ୍ଲ କର,ଇଂ.ସ୍ମିତାଶ୍ରୀ ସାମଲ,ଲିଙ୍ଗରାଜ ଦାଶ,ପୂର୍ଣ୍ଣ ଦାଦା ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିଲେ । ସନ୍ଧ୍ୟାର ପୁରସ୍କାର ବିତରଣି ସଭାରେ କଟକ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀ,ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରଭାକର ବେହେରା,ସମରେନ୍ଦ୍ର ମହାପାତ୍ର,ଶୁକଦେବ ପରିଡ଼ା,ସର୍ବେଶ୍ଵର ମିଶ୍ର,ସମାଜସେବୀକା ସୁଇଟି ସାହୁ,ବଳରାମ ତରାଇ,ଡକ୍ଟର ଚୌଧୁରୀ ସତ୍ୟ ଦାସ,ସାମ୍ୱାଦିକ ସତ୍ୟବ୍ରତ,ବର୍ଷା ଦାସ,ଦୁର୍ଗା ପଟ୍ଟନାୟକ, ସ୍ୱରୂପ ରଥ,ଇଂ.ଆଶୋକ ବିଶ୍ଵାଳ,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରଭାକର ବେହେରା,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି,ସାଧନା ଚୌଧୁରୀ,କମଳାକାନ୍ତ ଚୌଧୁରୀ,ବିଜୟ କୁମାର,ଦିବ୍ୟ ଜ୍ୟୋତି ପଣ୍ଡା,ବସୁଦେବ ସ୍ଵାଇଁ,ଧରଣୀଧର ସେଠୀ,କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ବୈଷ୍ଣବ ସାମଲ,ଡକ୍ଟର ସୁନାକର ଦାସ,ବିଶ୍ବମ୍ବର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । କଳା ପରିଷଦ ସମସ୍ତ ଛାତ୍ର ଛାତ୍ରୀ,ସଭ୍ୟ, ଅଭିଭାବକ ଅଭିଭାବକ ଉପସ୍ଥିତ ଥିଲେ । ଉତ୍ସଵରେ ଅଧ୍ୟାପକ କବି ବାସୁଦେବ ସ୍ୱାଇଁଙ୍କ କବିତା ସଙ୍କଳନ "ଭାବତରଂଗ" ଉନ୍ମୋଚିତ ହେଇଥିଲା । ପରିଷଦ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ "ଦୁଃଖରେ କାନ୍ଦୁଛି ଦେଖିବ ଆସ" ନାଟକ ମଞ୍ଚସ୍ଥ ହୋଇଥିଲା । ପରିଷଦ ସମସ୍ତ ଛାତ୍ର ଛାତ୍ରୀ,ସଭ୍ୟ,ଅଭିଭାବକ ଅଭିଭାବକ ଉପସ୍ଥିତ ଥିଲେ । ପାଖାପାଖି ୫୦୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଓ ୩୦୦ ରୁ ଉର୍ଦ୍ଧ ପ୍ରତିଭାକୁ ସମ୍ବର୍ଧିତ କରା ଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଓଡ଼ିଶୀ ନୃତ୍ୟ, ଭଜନ ନୃତ୍ୟ,ବକ୍ତୃତା,ସଂଗୀତ, ଏକକ ଅଭିନୟ,ଚିତ୍ରାଙ୍କନ ଓ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରିଷଦ ପକ୍ଷରୁ ଚକ୍ରବର୍ତ୍ତୀ ଓତା,ପ୍ରଲୋପ ନାରାୟଣ ମହାପାତ୍ର,ବାବୁଲି ପାତ୍ର,ଦୈତାରୀ ପ୍ରଧାନ,ପ୍ରଧ୍ୟାପକ ପ୍ରଫୁଲ୍ଲ ଦାସ,ସାହିତ୍ୟିକ ବିକ୍ରମ ନନ୍ଦ,ଦୁର୍ଗା ପ୍ରସାଦ ପରିଡା,ବାବା ବାବୁ,ପବନି ବାବୁ,ପ୍ରଭାତ ମଲ୍ଲିକ, ଇଂ.ସୁରଜ୍ ବେହେରା,ଅମୀୟ ରଞ୍ଜନ ପ୍ରମୁଖ ସହଯୋଗ କରିଥିଲେ । ଇଂ.ସେବକ ଶ୍ରୀକାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।