ଏତେ ବଡ ବାଇକ୍....ଜିରାଫ ବାଇକ୍
ଜିରାଫ ଭଳି ବାଇକ୍ କେବେ ଦେକିଛନ୍ତି କି? ଏହି ବାଇକ୍ ଜିରାଫ ପରି ଡେଙ୍ଗା ଓ ହାତୀ ଭଳି ଓଜନିଆ । ତଥାପି ଏହାକୁ ଚଲାଇ ହୁଏ । ଇଟାଲୀର ଫାବିଓ ରେଗାନିଆ ଏହି ବାଇକ୍ ତିଆରି କରିଛନ୍ତି । ଯାହାର ଉଚ୍ଚତା ୧୬ଫୁଟ୍ ୮.୭୮ଇଞ୍ଚ ଓ ଲମ୍ବ ୧୦.୦୩ ମିଟର ଓ ଓସାର ୨.୫ମିଟର । ଏହି ବାଇକର ଓଜନ ପ୍ରାୟ ୫୦୦୦କି.ଗ୍ରା ଯାହା ହାତୀର ଓଜନ ସହ ସମାନ । ସାଧାରଣ ବାଇକଠାରୁ ଏହା ଛଅଗୁଣ ବଡ । ଏହା ୨୮୦ ହର୍ଷପାୱାର ଯୁକ୍ତ ହେବା ସହ ଏଥିରେ ୩ଟି ଫରୱାର୍ଡ ଗିଅର୍, ୩ଟି ରିଭର୍ସ ଗିଅର ବି ଅଛି । ଏହି ବାଇକ ଜିଆରି କରିବାକୁ ଫାବିଓ ୮ଜଣିଆ ଟିମ୍ ତିଆରି କରିଥିଲେ ଓ ୬ମାସରେ ଏହା ସରିଥିଲା ।