ଘରେ ପକ୍ଷୀ ଓ କୀଟପତଙ୍ଗ ବସା କଲେ ଅଶୁଭ କି? 

ଘରେ ପକ୍ଷୀ ଓ କୀଟପତଙ୍ଗ ବସା କଲେ ଅଶୁଭ କି? 

ସାଧାରଣତଃ ପକ୍ଷୀମାନେ ଗଛଡାଳରେ ନିଜ ବସା ତିଆରି କରିଥାନ୍ତି । ତେବେ ବାସ୍ତୁଶାସ୍ତ୍ରରେ ପକ୍ଷୀ କିମ୍ବା କୀଟପତଙ୍ଗ, ଘରେ ବସା ତିଆରି କରିବା ଶୁଭ କି ଅଶୁଭ ବୋଲି କିଛି ଏମିତି ବର୍ଣ୍ଣନା ରହିଛି ଯାହା ଆପଣ ହୁଏତ ଜାଣି ନଥିବେ ।   ମହୁମାଛି ଓ ବିରୁଡ଼ି ଘରେ ବସା ତିଆରି କଲେ, ଜାଣନ୍ତୁ ଆଗାମୀଦିନରେ ଆପଣଙ୍କୁ କିଛି ସମସ୍ୟା ଆସିବାର ଅଛି ।  
ଯଦି ଘରଚଟିଆ କାହାର ଘରେ ବସା ତିଆରି କରେ, ତେବେ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଦେଇଥାଏ ।  ଏହା ସକାରାତ୍ମକତା ସୂଚକ । ଘରେ ଘରଚଟିଆ ବସା କରିବା ଦ୍ୱାରା ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ କରାଯାଇଛି  । ଏହା ବାସ୍ତୁଦୋଷ ଥିଲେ ପରିବାର ସଦସ୍ୟଙ୍କର ଭାଗ୍ୟରେ ଉନ୍ନତି ଆସିଥାଏ ।
 ଅନେକ ଲୋକ ଘରେ ପାରା ରଖିଥାନ୍ତି । ଘରେ ପାରା ରଖିବା କିମ୍ବା ଘରେ ପାରା ବସା ତିଆରି କରୁଥିଲେ, ଏହା ବହୁତ ଶୁଭ ହୋଇଥାଏ । ଏହାଦ୍ୱାରା ଘରେ ସୁଖଶାନ୍ତି ବଜାୟ ରହିଥାଏ । ବାଦୁଡ଼ି ଘରକୁ ପ୍ରବେଶ କରିବା ଅଶୁଭ ସଙ୍କେତ । ଏହି କ୍ଷେତ୍ରରେ ବାଦୁଡ଼ି ଘରେ ବସା ତିଆରି କଲେ ବିପଦର ସଙ୍କେତ ଦିଏ  ।