ଚାଷୀଙ୍କ ପାଇଁ ମୋହନ ଦେଲେ ଖୁସି ଖବର

ଚାଷୀଙ୍କ ପାଇଁ ମୋହନ ଦେଲେ ଖୁସି ଖବର

ଭୁବନେଶ୍ୱର: ଚାଷୀଙ୍କୁ ବଡ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚାଣ ମାଝୀ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି  । କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଅଦିନିଆ ବର୍ଷା ହେଉଛି ଏକ ପ୍ରାକୃତିକ ବିପର୍ଯ୍ୟୟ  । ଫଳରେ ପ୍ରାକୃତିକ ବିପର୍ଯ୍ୟୟବେଳେ ହେଉଥିବା କ୍ଷୟକ୍ଷତି ପାଇଁ ଯେମିତି ସହାୟତା ପ୍ରଦାନ କରାଯାଏ ସେମିତି ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତି ପାଇଁ ମଧ୍ୟ ଅନୁରୂପ ସହାୟତା ପ୍ରଦାନ କରାଯିବ  । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର ରିଲିଫ ପାଣ୍ଠିରୁ ସହାୟତା ଦିଆଯିବ  । ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ସହାୟତା ଦିଆଯିବ  । ଅଦିନିଆ ବର୍ଷାରେ ୬ ଲକ୍ଷ ୬୬ହଜାର ୭୦୦ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି  । ୨ ଲକ୍ଷ ୯୧ ହଜାର ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଛି  । ଯେଉଁଥି ପାଇଁ ୧୯୧ କୋଟି ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ କହିଛନ୍ତି  ।