ବିଜେଡିରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତି୍ରୟା

ବିଜେଡିରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତି୍ରୟା


 ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଛତି୍ରଆ  ଶୁକ୍ରବାର ଶଙ୍ଖଭବନ ଠାରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତିି ।ଦଳରେ ସାମିଲ୍ ହୋଇଥିବା ରାଜେନ୍ଦ୍ର ଛତି୍ରଆଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ଶ୍ରୀ ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷ କରି କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ଦଳୀୟସଂଗଠନ ଅଧିକ ମଜଭୂତ ହେବ ବୋଲି ଶ୍ରୀ ପାତ୍ର କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଛତି୍ରଆ ନିଜପ୍ରତିକି୍ରୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପି୍ରମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛଶାସନ, ନିର୍ମଳଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲୁ । 
ଏହି ମିଶ୍ରଣ ପର୍ବରେ କୁଚିଣ୍ଡା ବସ୍ ୟୁନିୟନର ସଭାପତି ଧିରେନ୍ଦ୍ର କୁମାର ନାଏକ, ଉଦୟ ପ୍ରତାପ ସିଂହ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଅକ୍ଷୟ କୁମାର ସାହୁ, ସ୍ୱରାଜ କୁମାର ନାୟକ, ହିଂମାଶୁ ପଟେଲ, ଅୟୋଧ୍ୟା ମହାପାତ୍ର ଓ ଅବିନାଶ ମହାପାତ୍ରଙ୍କ ସହ ବହୁ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।