ବିଜେଡି ଛାଡ଼ିବେ ପାଟ୍ଟଶାଣୀ!

ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ଏକ ବଡ଼ ଚର୍ଚ୍ଚା ହେଉଛି । ତାହା ହେଲା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଛାଡ଼ିପାରନ୍ତି । ସେ ଭୁବନେଶ୍ୱରରୁ ୫ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ତେବେ ତାଙ୍କୁ ରାଜ୍ୟସଭା ପଠାନଯିବା ଓ ଚଳିତ ସାଧାରଣ ନିର୍ବାଚନରେ ତାଙ୍କୁ ଟିକେଟ ନମିଳିବା ଘଟଣାକୁ ନେଇ ପ୍ରସନ୍ନ ପାଟ୍ଟଶାଣୀ ଅସନ୍ତୁଷ୍ଟ ଥିବା କୁହାଯାଉଛି । ଯେଉଁଥି ପାଇଁ ସେ ବିଜେଡି ଛାଡ଼ିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ସେ ବିଜେପି ସହ ଆଲୋଚନାରେ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଏଭଳି ଚର୍ଚ୍ଚାକୁ ନେଇ ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।