୨୫ରେ ଶାହା, ୨୯ରେ ମୋଦି

୨୫ରେ ଶାହା, ୨୯ରେ ମୋଦି


ଭୁବନେଶ୍ୱର : ଆସନ୍ତା ୨୫ରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବେ  । ସେଦିନ ସେ ୪ ସ୍ଥାନରେ ସଭା କରିବେ  । ବାରିପଦା, ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ ସେ ପ୍ରଚାର କରିବେ  । ସେହିପରି ଆସନ୍ତା ୨୯ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ରାଜ୍ୟ ବିଜେପି ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏହି ସୂଚନା ଦେଇଛନ୍ତି  । ପ୍ରଧାନମନ୍ତ୍ରୀଙ୍କର ଏହା ହେବ ଓଡ଼ିଶାରେ ଶେଷ ନିର୍ବାଚନ ପ୍ରଚାର  । ସେହିଦିନ ମୋଦି କେନ୍ଦ୍ରାପଡ଼ାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର କରିବେ  । ଏହାଛଡ଼ା ବାଲେଶ୍ୱରରେ ବି ପ୍ରଧାନମନ୍ତ୍ରୀ ପ୍ରଚାର କରିବେ ବୋଲି ସୂଚନା ମିଳିଛି  । ବାଲେଶ୍ୱରରୁ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିର୍ବାଚନ ଲଢୁଛନ୍ତି  । ମୋଦିଙ୍କ ଗସ୍ତକୁ ନେଇ ବିଜେପି ଶିବିର ଉତ୍ସାହିତ ହୋଇଯାଇଛି  । ଚଳିତ ନିର୍ବାଚନରେ କେନ୍ଦ୍ରୀୟ ବିଜେପି ନେତାମାନେ ଓଡ଼ିଶା ଉପରେ ବେଶୀ ଫୋକସ କରିଛନ୍ତି  ।