ଗ୍ୟାସ୍‌ ଟାଙ୍କି ଫାଟି ଜଳିଲା ଘର

ଗ୍ୟାସ୍‌ ଟାଙ୍କି ଫାଟି ଜଳିଲା ଘର

କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଖେତୁଆଳି ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିପୋଡ଼ି ଛାରଖାର୍‌ ହୋଇଯାଇଛି। ଗ୍ରାମର ପୀତବାସ ଦାସଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡରେ ରୋଷେଇ ଘରେ ଥିବା ଗ୍ୟାସ ଟାଙ୍କି ଫାଟି ଯିବାରୁ ଲୋକମାନେ ନିଆଁ ପାଖକୁ ଯିବାକୁ ସାହସ କରି ପାରି ନ ଥିଲେ। ହାଟଡିହୀ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ ବି ବହୁ ବିଳମ୍ବରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେତେବେଳକୁ ତାଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନିଆଁରେ ଜଳି ଛାରଖାର ହୋଇଯାଇଥିଲା।