ସର୍ଟ ସର୍କିଟରୁ ଜଳିଲା ବ୍ୟାଙ୍କ

ସର୍ଟ ସର୍କିଟରୁ ଜଳିଲା ବ୍ୟାଙ୍କ

ସର୍ଟ ସର୍କିଟରୁ ବ୍ୟାଙ୍କ ଜଳିଗଲା ।  ଫାଇଲ୍ ଓ ଅନେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍ ଜଳି ପୋଡ଼ି ପାଉଁଶ ହୋଇଗଲା । ଝାରସୁଗୁଡ଼ା ସହରର ସରବାହାଲସ୍ଥିତ ୟୁନିଅନ ବ୍ୟାଙ୍କରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ବେଳକୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି ।