ସଜନା ଶାଗ ଦୂର କରେ ଉଚ୍ଚ ରକ୍ତଚାପ ସମସ୍ୟା
 
                                ସଜନା ଶାଗରେ ଅନେକ ଉପକାରୀ ପୋଷକତତ୍ତ୍ୱ ରହିଛି । ସପ୍ତାହରେ ୨-୩ଥର ସଜନା ଶାଗ ଭଜା ଖାଇଲେ ଏହା କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରିତ କରିବା ସହିତ ଉଚ୍ଚରକ୍ତଚାପ ସମସ୍ୟା ଦୂର କରେ। ସେହି ପ୍ରତିଦିନ ସକାଳେ ସଜନା ପତ୍ର ରସ ୨ ଚାମୁଚ ପିଇଲେ ଅଶେଷ ଉପକାର ହୋଇଥାଏ। ଏଥିରେ ଭିଟାମିନ ବି୧, ବି୩, ବି୯ ଏବଂ ସି ରହିଥାଏ । ଏହା ସହିତ ଏଥିରେ ଆଇରନ, କ୍ୟାଲସିୟମ ଏବଂ ଫସଫରସ ରହିଛି। ସଜନା ଶାଗ ଭଜା ଖାଇଲେ ହାର୍ଟ ଆଟାକ୍ ଆଶଙ୍କା କମିଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି। ଏହା ଗର୍ଭବତୀଙ୍କ କ୍ଷୀର ସମସ୍ୟା ଦୂର କରିଥାଏ। ସେହିପରି ନପୁଂଷକତା କ୍ଷେତ୍ରରେ ଏହା ମହୌଷଧୀ ଭଳି କାମ କରିଥାଏ।
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
             
    
             
    
 
    
 
 
 
