ଚନ୍ଦ୍ରରେ ପହଁଞ୍ଚିଲା ବ୍ଲୁ-ଘୋଷ୍ଟ

ଚନ୍ଦ୍ରରେ ପହଁଞ୍ଚିଲା  ବ୍ଲୁ-ଘୋଷ୍ଟ

ନାସାର ବ୍ଲୁ ଘୋଷ୍ଟ ମିଶନରେ ସଫଳତା। ଚନ୍ଦ୍ରପୃଷ୍ଟରେ ଅବତରଣ କରିଛି ବ୍ଲୁ ଘୋଷ୍ଟ ମହାକାଶଯାନ। ପୃଥୀବି ଚାରିପଟେ ମାସଟେ କାଳ ବୁଲିବା ପରେ ଚନ୍ଦ୍ରରେ ପହଞ୍ଚଛି ନାସା ପକ୍ଷରୁ ଘରୋଇ ସଂସ୍ଥା ଫାୟାରଫ୍ଲାଇ ଏରୋସ୍ପେସ୍‌ର ‘ବ୍ଲୁ ଘୋଷ୍ଟ୍‌ ଲୁନାର୍‌ ଲ୍ୟାଣ୍ଡର୍‌। ଆଜି ଚନ୍ଦ୍ରରେ ସଫଳ ଅବତରଣ କରି ଇତିହାସ ରଚିଛି। ଏହି ଅଭିଯାନ ଚନ୍ଦ୍ର ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏବଂ ଏହା ନାସାର ବ୍ୟାପକ ଆର୍ଟେମିସ୍ କାର୍ୟ୍ୟକ୍ରମର ଏକ ଅଂଶ, ଯାହାର ଲକ୍ଷ୍ୟ ଚନ୍ଦ୍ରରେ ଏକ ନିରନ୍ତର ମାନବ ଉପସ୍ଥିତି ପ୍ରତିଷ୍ଠା କରିବ। ବ୍ଲୁ ଘୋଷ୍ଟ୍‌ ଚନ୍ଦ୍ରର ଏକ ବିଶାଳ ସମତଳ ଭୂମି ‘ମେର୍‌ କ୍ରିସିୟମଅଭିମୁଖେ ଯାତ୍ରା କରିଥିଲା ଏବଂ ଆଜି ଲକ୍ଷ୍ୟ ପୂରଣରେ ସଫଳ ହୋଇଛି। ଏକ ପ୍ରାଚୀନ ଗ୍ରହାଣୁ ପ୍ରଭାବ ଦ୍ୱାରା ସୃଷ୍ଟି ହୋଇଥିବା ଏକ ବିଶାଳ ଖାଲରେ ଲାଭା ଭର୍ତ୍ତି ହେବାରୁ ଏହି ଅଞ୍ଚଳ ସୃଷ୍ଟି ହୋଇଥିଲା ଏବଂ ଏହା ବୈଜ୍ଞାନିକ ଗବେଷଣା ପାଇଁ ଏକ ଆଦର୍ଶ ସ୍ଥାନରେ ପରିଣତ ହୋଇଛି। ବ୍ଲୁ ଘୋଷ୍ଟ୍‌ ଲ୍ୟାଣ୍ଡରରେ ନାସାର  ବିଭିନ୍ନ ବୈଜ୍ଞାନିକ ଓ ବୈଷୟିକ ପେଲୋଡ୍ ରହିଛି। ଚନ୍ଦ୍ରପୃଷ୍ଠ ଏବଂ ମହାକାଶ ପରିବେଶର ବିଭିନ୍ନ ଦିଗ ଯଥା ଚନ୍ଦ୍ରର ଆଭ୍ୟନ୍ତରୀଣ ଅଂଶରୁ ଉତ୍ତାପ ପ୍ରବାହ ସହିତ  ଚନ୍ଦ୍ରର ଚୁମ୍ବକୀୟ ଏବଂ ବୈଦ୍ୟୁତିକ କ୍ଷେତ୍ରର ଅନୁସନ୍ଧାନ କରିବା ପାଇଁ ଏହି ପେଲୋଡ୍ ଡିଜାଇନ୍ କରାଯାଇଛି। 
କ’ଣ କରିବ ବ୍ଲୁ-ଘୋଷ୍ଟ?
ଏହି ମିଶନରେ ନାସାର ୧୦ଟି ପ୍ଲେଲୋଡ ରହିଛି
ଚନ୍ଦ୍ରପୃଷ୍ଠର ପରିବେଶ, ବାୟୁମଣ୍ଡଳ ଉପରେ ଅଧ୍ୟୟନ କରିବ
ଜହ୍ନର ଭିତର ଭାଗରେ କ’ଣ ରହିଛି ତାର ସନ୍ଧାନ କରିବ
ବୈଜ୍ଞାନିକଙ୍କୁ ଶକ୍ତିର ଉତ୍ସ ଉପରେ ଗବେଷଣାରେ ସହାୟତା
ଚନ୍ଦ୍ରର ଚୁମ୍ବକୀୟ ଏବଂ ବୈଦ୍ୟୁତିକ ଶକ୍ତିର ଅନୁସନ୍ଧାନ କରିବ
ଚନ୍ଦ୍ରର ଆଭ୍ୟନ୍ତରୀଣ ଅଂଶରୁ ଉତ୍ତାପ ପ୍ରବାହ ଉପରେ ତଥ୍ୟ ସଂଗ୍ରହ
ମିଶନର ସଫଳତା ପାଇଁ ଏଥିରେ ଅତ୍ୟାଧୁନିକ ଯନ୍ତ୍ରପାତି ଲଗାଯାଇଛି
ଚନ୍ଦ୍ରପୃଷ୍ଠକୁ ସଫା କରିବା ପାଇଁ ଏକ ଇଲେକ୍ଟ୍ରୋଡାଇନାମିକ୍ ଧୂଳି ଢାଲ ରହିଛି
ପୃଥିବୀର ମ୍ୟାଗ୍ନେଟୋସ୍ଫିୟରର ଇମେଜିଂ ପାଇଁ ଏକ ଏକ୍ସ-ରେ କ୍ୟାମେରା ରହିଛି
ଏହି ଉପକରଣଗୁଡ଼ିକ ବାଣିଜ୍ୟିକ ଲୁନାର୍‌ ପେଲୋଡ୍ ସର୍ଭିସ୍‌ର ଏକ ଅଂଶ
ଫାୟାରଫ୍ଲାଇ, ଏରୋସ୍ପେସ୍ ଭଳି ଘରୋଇ କମ୍ପାନି ମିଶି କମ ଖର୍ଚ୍ଚରେ ପ୍ରସ୍ତୁତ
ନାସାର ଚନ୍ଦ୍ର ଗ‌ବେଷଣା ଲକ୍ଷ୍ୟ ପାଇଁ ଏହି ମିସନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ 
ଜାନୁଆରି ୧୫, ୨୦୨୫ରେ ଉତକ୍ଷେପଣ ହୋଇଥିଲା ବ୍ଲୁ ଘୋଷ୍ଟ