ସୁଭଦ୍ରା ନେଇ ବଡ଼ ଘୋଷଣା : ମାର୍ଚ୍ଚ ୩୧ ଡେଡ଼ଲାଇନ୍
suvadra jojana

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ଆବେଦନ ପାଇଁ ରାଜ୍ୟ ସରକାର ଶେଷ ତାରିଖ ଧାର୍ଯ୍ୟ କରିଛନ୍ତି । ଆଗ୍ରହୀ ମହିଳାମାନେ ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ମାର୍ଚ୍ଚ ୮ ପରେ ପୁଣି ନୂଆ ହିତାଧିକାରୀମାନେ ସୁଭଦ୍ରା ଯୋଜନାରେ ସାମିଲ୍ ହେବେ । ସେମାନଙ୍କୁ ଆଗାମୀ ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ତିନୋଟି କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟଯେ, ଏଯାବତ୍ ଚାରୋଟି ପର୍ଯ୍ୟାୟରେ ସୁଭଦ୍ରା ଯୋଜନାରେ ୯୮ ଲକ୍ଷ ହିତାଧିକାରୀ ସାମିଲ୍ ହୋଇସାରିଲେଣି । ଆସନ୍ତା ୬ରେ ପଞ୍ଚମ ପର୍ଯ୍ୟାୟରେ ଆଉ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିବ । ସେହିପରି ୮ରେ ବ୍ରହ୍ମପୁରରେ ହେବାକୁ ଥିବା ସମାବେଶରେ ଏକକାଳୀନ ୧ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ କରାଯିବ । ତଥାପିବି କେତେକ ମହିଳା ସୁଭଦ୍ରା ଯୋଜନାରୁ ବଞ୍ôଚତ ଥିବାରୁ ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି ।