ଓପିଏସ୍‌ସି ପରୀକ୍ଷାରେ ୫୨୭ ରେଙ୍କ୍‌ରେ ଉତୀର୍ଣ୍ଣ ହୋଇ ଟିଟିଲାଗଡ଼ର ନାଁ ରଖିଲେ ଲଲାଟେନ୍ଦୁ ଛୁରା

bolangir news

ଓପିଏସ୍‌ସି ପରୀକ୍ଷାରେ ୫୨୭ ରେଙ୍କ୍‌ରେ ଉତୀର୍ଣ୍ଣ ହୋଇ ଟିଟିଲାଗଡ଼ର ନାଁ ରଖିଲେ ଲଲାଟେନ୍ଦୁ ଛୁରା

ବଲାଙ୍ଗୀର  – ଓପିଏସ୍‌ସି ପରୀକ୍ଷା ଫଳ ପ୍ରକାଶ ପାଇଛି ଏଥିରେ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ମାର୍ଲାଡ ଗ୍ରାମର ବଲିନ୍ଦ୍ର ଛୁରା ଓ ପଦ୍ମାବତୀ ଛୁରାଙ୍କ ପୁତ୍ର ଲଲାଟେନ୍ଦୁ ଛୁରା ଚଳିତ ବର୍ଷ ଓପିଏସ୍‌ସି ପରୀକ୍ଷାରେ ୫୨୭ ନମ୍ୱର ରଖି ଉତୀର୍ଣ୍ଣ ହୋଇଛନ୍ତି । ଯାହାକି ମାରଲାଡ ଗ୍ରାମ ପଂଚାୟତର ଗର୍ବର ବିଷୟ ପାଲଟିଛି । ଏହି ଖବର ପାଇ ମାର୍ଲାଡ ସରପଂଚ ଶ୍ରୀମତି କେଶରୀ ହାତୀ, ସରପଂଚଙ୍କ ପ୍ରତିନିଧି କୃଷ୍ଣ ହାତି, କୁସକେଲା ସରପଂଚ ଶ୍ରୀମତି ପୁଷ୍ପା ମହାନନ୍ଦ, ସରପଂଚଙ୍କ ପ୍ରତିନିଧି ପ୍ରକାଶ ମହାନନ୍ଦ ଓ ସମାଜସେବୀ ବିକ୍ରମ ସୁନା ଶୁଭେଚ୍ଛା ଜଣାଇଛନ୍ତି ।