ଯୁବ କୁଲୁତା ସମାଜ ପକ୍ଷରୁ ଭାଉଜ ଦିଅରଙ୍କ ରକ୍ତଦାନ

ଯୁବ କୁଲୁତା ସମାଜ ପକ୍ଷରୁ ଭାଉଜ ଦିଅରଙ୍କ ରକ୍ତଦାନ


 ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ କଙ୍କରିୟା ଗ୍ରାମର ମକରଧ୍ୱଜ ପଧାନ ଓ ବଙ୍ଗୋମୁଣ୍ଡା ବ୍ଲକ ପିପଲମୁଣ୍ଡା ଗ୍ରାମର ଭାନୁମତି ଜାନି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଚିକିସôିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତାଭାବରୁ ଡାକ୍ତର ତାଙ୍କ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ । ରୋଗୀଙ୍କ ବଲାଙ୍ଗିରରେ କେହି ସମ୍ପର୍କୀୟ ନ ଥିବାରୁ ରକ୍ତ ନ ପାଇ ଭାଙ୍ଗି ପଡିଥିଲେ । ଘଟଣାଟି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ଜାଣିବାକୁ ପାଇଲେ ସଙ୍ଗେ ସଙ୍ଗେ ଯୁବ କୁଲୁତା ସମାଜର ସକ୍ରିୟ ସଦସ୍ୟା କୁସୁମିତା ପଧାନ ଓ ସୁଧୀର ପଧାନ ଦିଅର ଭାଉଜ ୧୭ କିମି ଦୂରରୁ ରାତିରେ ବଲାଙ୍ଗିର ରକ୍ତ ଭଣ୍ଡାରକୁ ଆସି ରକ୍ତଦାନ କରି ଦୁଇଟି ଅମୁଲ୍ୟ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ଯୁବ ସଂଗଠନର ଏଭଳି ମହତ୍ କାର୍ଯ୍ୟକୁ ଓଡ଼ିଶା କୁଲୁତା ସମାଜ ସଭାପତି ପ୍ରଦୁମ୍ନ ସାହୁ, ଉପ-ସଭାପତି କ୍ଷେତ୍ରବାସୀ ପଧାନ, ନୂଆପଡା ଜିଲ୍ଲା କୁଲୁତା ସମାଜ ସଭାପତି ସରୋଜ ସାହୁ ଓ ଅତାବିରା ସଭାପତି ଦିବାକର ପଧାନ ପ୍ରଶଂସା କରିବା ସଙ୍ଗେ ଯୁବ ସଂଗଠନର ଦୀର୍ଘାୟୁ କାମନା କରିଛନ୍ତି । ରକ୍ତଦାନ ସମୟରେ ଯୁବ ସଭାପତି ଅସୀମ କୁମାର ଭୋଇ, ସଦସ୍ୟ ଲକ୍ଷ୍ମଣ ପଧାନ, ସୁଶିଲ ପଧାନ ଓ ବିଦ୍ୟାଧର ପ୍ରଧାନ ଉପସ୍ଥିତ ଥିଲେ ।