ଅଷ୍ଟ୍ରେଲିଆ ହାତରେ ବର୍ଡର-ଗାଭାସ୍କର ଟ୍ରଫି

ସିଡ୍ନିରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ୬ ୱିକେଟରେ ଭାରତକୁ ପରାସ୍ତ କରିଛି। ଏହି ପରାଜୟ ସହିତ କ୍ରମାଗତ ତୃତୀୟ ଥର ପାଇଁ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ପ୍ରବେଶ କରିବାର ଭାରତର ସ୍ୱପ୍ନ ମଧ୍ୟ ଧୂଳିସାତ୍ ହୋଇଯାଇଛି।ଏହି ମ୍ୟାଚ୍ରେ ଭାରତ କଙ୍ଗାରୁ ଦଳକୁ ୧୬୨ରନ୍ର ଟାର୍ଗେଟ ଦେଇଥିଲା। ଆୟୋଜକ ଦଳ ୪ ୱିକେଟ୍ ହରାଇ ସହଜରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିଥିଲେ।
ଅଷ୍ଟ୍ରେଲିଆ ପାଇଁ ଟ୍ରାଭିସ୍ ହେଡ୍ ୩୪ରେ ଅପରାଜତ ଥିବାବେଳେ ଏବଂ ବିୟୁ ଓ୍ବେଷ୍ଟର୍ ୩୯ରନ୍ରେ ଅପରାଜିତ ରହିଥିଲେ। ଏହି ମ୍ୟାଚ୍ ମାତ୍ର ତିନି ଦିନ ମଧ୍ୟରେ ଶେଷ ହୋଇଛି। ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୩-୧ରେ ଜିତିଛି। ଏହା ସହିତ ୧୦ବର୍ଷ ପରେ ବର୍ଡର-ଗାଭାସ୍କର ଟ୍ରଫି ଜିତିବାରେ କଙ୍ଗାରୁ ଦଳ ସଫଳ ହୋଇଛନ୍ତି।
ସିଡ୍ନିରେ ଭାରତକୁ ପରାସ୍ତ କରିବା ପରେ ଅଷ୍ଟ୍ରେଲିଆ ଡବ୍ଲୁଟିସିର ଫାଇନାଲରେ ପ୍ରବେଶ କରିଛି। କଙ୍ଗାରୁ ଦଳ ଦକ୍ଷିଣ ଆଫ୍ରିକା ସହିତ ମୁହାଁମୁହିଁ ହେବ। ଭାରତ ଦ୍ବିତୀୟ ଇନିଂସରେ ୧୫୭ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଭାରତୀୟ ବ୍ୟାଟ୍ସମ୍ୟାନମାନେ ଏକ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଦ୍ୱିତୀୟ ଇନିଂସର ୧୫୭ ରନ୍ ସହିତ ଅଷ୍ଟ୍ରେଲିଆ ପାଇଁ ୧୬୨ ରନ୍ର ଲକ୍ଷ୍ୟ ଥିଲା।