ଦିଲ୍ଲୀ କ୍ୟାପିଟାଲକୁ ଜିତାଇଲେ ରାହୁଲ

 ବେଙ୍ଗାଲୁରୁ : ୬ଟି ଛକା ଓ ୭ ଚୌକା । ଆଜି ବେଙ୍ଗାଲୁରୁ ଷ୍ଟାଡିୟମ୍ରେ ଦିଲ୍ଲୀ ଦଳର କେଏଲ୍ ରାହୁଲଙ୍କର ଥିଲା ଏପରି କିଛି ଭୀଷଣ ରୂପ । ୫୩ ବଲ୍ରୁ ୯୩ ରନ୍ କରି ବେଙ୍ଗାଲୁରୁର ୧୬୩ ରନ୍କୁ ଚେସ୍ କରିବାରେ ରାହୁଲ ହିଁ ଦିଲ୍ଲୀକୁ ସକ୍ଷମ କରାଇଥିଲେ । ଏହିପରି ଭାବେ ତ୍ରିସନ୍ ଷ୍ଟବ୍ସ ମଧ୍ୟ ଦିଲ୍ଲୀକୁ ଜିତାଇବାରେ ଆଉଏକ ଭୂମିକା ନେଇଥିଲେ । ତେବେ ଦିଲ୍ଲୀକୁ ୧୬୪ ରନ୍ର ଟାର୍ଗେଟ୍ ଦେଇଥିବା ବେଙ୍ଗାଲୁରୁକୁ ଶେଷରେ ଷ୍ଟବ୍ ହିଁ ଗୋଟିଏ ଚୌକା ମାରି ଦଳକୁ ୧୬୯ ରନ୍ରେ ପହଞ୍ଚାଇଥିଲେ । ଆଜି ଦିଲ୍ଲୀ ୬ୱିକେଟ୍ ବ୍ୟବଧାନରେ ବେଙ୍ଗାଲୁରୁକୁ ହରାଇଥିବା ବେଳେ ଦିଲ୍ଲୀର ଆଜି ଏହା ଚତୁର୍ଥ ବିଜୟ ହୋଇଛି । 
ଆଇପିଏଲ ୨୦୨୫ର ୨୪ତମ ମ୍ୟାଚ୍ ବେଙ୍ଗାଲୁରୁର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଅନୁଷ୍ଠିତ ହୋଇଛି । ଦିଲ୍ଲୀ ଅଧିନାୟକ ଅକ୍ଷର ପଟେଲ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଧାର୍ଯ୍ୟ ୨୦ ଓଭରରେ ୭ ୱିକେଟ ହରାଇ ବେଙ୍ଗାଲୁରୁ ଦଳ ୧୬୩ ରନ୍ କରିଛି । ଫିଲିପ୍ ସଲ୍ଟ ଏବଂ ବିରାଟ କୋହଲି ଓପନର୍ ଭାବେ ଦୁଇଟି ଓଭରରେ ଛକା ଚୌକା ବର୍ଷା କରିଥିଲେ । ସଲ୍ଟ ତିନୋଟି ଛକା ଓ ୪ଟି ଚୌକା, କୋହଲି ଦୁଇଟି ଛକା ଓ ଗୋଟିଏ ଚଉକା  ମାରି ୩ ଓଭର ମଧ୍ୟରେ ପାଖାପାଖି ୬୦ ରନ୍ କରିଥିଲେ । ଏହାପରେ ଶେଷ ଓଭର୍ ଆଡ଼କୁ ଟିମ୍ ଡାଭିଡ୍ ମଧ୍ୟ କୋହଲିଙ୍କ ଭଳି ୨୦ ବଲ୍ରୁ ୩୭ ରନ୍ କରିଥିବା ବେଳେ ୪ଟି ଛକା ଓ ଦୁଇଟି ଚୌକା ମାରି ଦଳକୁ ସର୍ବାଧିକ ସ୍କୋର୍ରେ ପହଞ୍ଚାଇଥିଲେ । ଏହି ପରି ଭାବେ ବେଙ୍ଗାଲୁରୁ ୭ଟି ୱିକେଟ୍ ହରାଇ ମୋଟ୍ ୧୬୩ ରନ୍ କରିଥିଲା । ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ୪ ଓଭରରେ ୧୭ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ । ସେହିପରି ବିପ୍ରରାଜ ନିଗମ ଚାରି ଓଭରରେ ୧୮ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିବା ବେଳେ ବିପ୍ରରାଜ ୨ ୱିକେଟ ନେଇଥିଲେ ।