ସକାଳ ଜଳଖିଆ କେତେ ଜରୁରୀ ଜାଣନ୍ତୁ ..

ସକାଳ ଜଳଖିଆ କେତେ ଜରୁରୀ ଜାଣନ୍ତୁ ..

ବ୍ରେକ୍‌ଫାଷ୍ଟ ବା ସକାଳ ଜଳଖିଆରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି, ଯାହା ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିୟମିତ ବ୍ରେକଫାଷ୍ଟ ଖାଇଲେ ତାହା ମାନସିକତାକୁ ଅନେକାଂଶରେ ସକାରାତ୍ମକ ରଖିଥାଏ। ପ୍ରଥମ କଥା ହେଲା ପ୍ରତିଦିନ କେତେବେଳେ ବ୍ରେକ୍‌ଫାଷ୍ଟ କରିବେ ତାହା ନିର୍ଦ୍ଧାରଣ କରନ୍ତୁ।

 ଗରିଷ୍ଠ ଖାଦ୍ୟ ଅପେକ୍ଷା ହାଲୁକା ଖାଦ୍ୟକୁ ଦୈନନ୍ଦିନ ରୁଟିନ୍‌ରେ ସାମିଲ୍‌ କରନ୍ତୁ। ପ୍ରତିଦିନ ବ୍ରେକ୍‌ଫାଷ୍ଟରେ ତଟକା ଫଳମୂଳରୁ ପ୍ରସ୍ତୁତ ଜୁସ୍‌ ପିଅନ୍ତୁ।ସକାଳେ ଏପରି ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ, ଯାହାଦ୍ୱାରା ଆପଣଙ୍କୁ ମାନ୍ଦା ମାନ୍ଦା ଲାଗିବ। ସକାଳୁ ଖାଲି ପେଟରେ ତେଲଜାତୀୟ ଖାଦ୍ୟ ମଧ୍ୟ ଖାଆନ୍ତୁ ନାହିଁ। ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ତେଣୁ ଏଥିରେ ଏପରି ଖାଦ୍ୟ ସାମିଲ କରନ୍ତୁ , ଯାହା ମନକୁ ଖୁସି ରଖିବା ସହ ମାନସିକତାକୁ ସକାରାତ୍ମକ ରଖିବାରେ ସହାୟକ ହେବ। ଯଦି ପ୍ରତିଦିନ ଆପଣ ବ୍ୟାୟାମ କରୁଛନ୍ତି ତେବେ କିଛି ସମୟ ପରେ ହିଁ ବ୍ରେକ୍‌ଫାଷ୍ଟ କରନ୍ତୁ। ଏହି ତାଲିକାରେ ସାଲାଡ, ତଟକା ଫଳମୂଳ ବ୍ୟତୀତ ବ୍ରେଡ, ବିସ୍କୁଟ ସାମିଲ କରିପାରିବେ।