ସବୁ ଜିଲ୍ଲା ହସପିଟାଲରେ କ୍ୟାନସର ଚିକିତ୍ସା
budget 2025-26, Narendra Modi, Nirmala Sitaraman

ଭୁବନେଶ୍ୱର : ସବୁ ଜିଲ୍ଲା ହସପିଟାଲରେ ହେବ କ୍ୟାନସର ଚିକିତ୍ସା । ସେଠାରେ ଡେ’ କେୟାର କ୍ୟାନସର ହସପିଟାଲ ପ୍ରତିଷ୍ଠା ହେବବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍ ଘୋଷଣା କରିଛନ୍ତି ।
କେନ୍ଦ୍ର ବଜେଟ୍ରେ ପରମାଣୁ ଶକ୍ତି ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସହରାଞ୍ଚଳ ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଅଣଚମଡ଼ା ଶିଳ୍ପ ଉପରେ ବି ସରକାର ଫୋକସ୍ କରିଛନ୍ତି । ଅପରପକ୍ଷରେ କେନ୍ଦ୍ର ବଜେଟରେ ଏକ ବଡ଼ ଘୋଷଣା ହୋଇଛି । ଉଚ୍ଚ ମାଧ୍ୟମିକ ସ୍କୁଲରେ ବ୍ରଡ଼ ବ୍ୟାଣ୍ଡ ବ୍ୟବସ୍ଥା କରାଯିବ ।
ଖାଇବା ତେଲରେ ଆତ୍ମନିର୍ଭର ହେବ ଭାରତ । ଆଉ ବିଦେଶରୁ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ଏଥିପାଇଁ କେନ୍ଦ୍ର ସରକାର ୬ ବର୍ଷିଆ ସ୍ୱତନ୍ତ୍ର ଯୋଜନା କରିବାକୁ ଯାଉଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍ ଏହି ଘୋଷଣା କରିଛନ୍ତି ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ୍ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି । ଗତ ୧୦ ବର୍ଷରେ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ କରାଯାଇଛି । ମହିଳା ଓ ମଧ୍ୟବିତଙ୍କ ଉପରେ ସ୍ୱତନ୍ତ୍ର ଫୋକସ ମଧ୍ୟ କରାଯାଇଛି । ଅଷ୍ଟମ ଥର ପାଇଁ ଲଗାତର ବଜେଟ୍ ଉପସ୍ଥାପନ କରି ନିର୍ମଳା ବିରଳ କ୍ଳବରେ ମଧ୍ୟ ସାମିଲ୍ ହୋଇଛନ୍ତି । ବଜେଟରେ କୃଷି ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରାଯାଇଛି । ଭାରତର ଅର୍ଥନୀତିକ ସମୃଦ୍ଧି ସାରା ବିଶ୍ୱକୁ ଚକିତ କରିଛି ବୋଲି ନିର୍ମଳା କହିଛନ୍ତି । ଚଳିତ ବଜେଟରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି ।