କେନ୍ଦ୍ର ବଜେଟକୁ ସିପିଏମର ବିରୋଧ
ଖଇରା : ବାଲେଶ୍ୱର ଜିଲା ଖଇରା ଶାଖା ସିପିଏମ ଆଞ୍ଚଳିକ କମିଟି ପକ୍ଷରୁ ଅନୁଷ୍ଠିତ ବୈଠକରେ ତୀବ୍ର ବିରୋଧ କରାଯାଇଛି । ପ୍ରଶାନ୍ତ ବାରିକଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ବୈଠକରେ ରାଜ୍ୟ କମିଟି ସଦସ୍ୟ ସିତାଂଶୁ ସେନାପତି, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଜଗତାନନ୍ଦ ମହାପାତ୍ର, ଆଞ୍ଚଳିକ କମିଟି ସମ୍ପାଦକ ମୁରଲୀଧର ବାରିକ, ଭଗବାନ ଦାସ, ବସନ୍ତ ମାଝୀ, ଉତ୍ତମ ଦାସ ପ୍ରମୁଖ ଯୋଗ ଦେଇ ଚଳିତ ବର୍ଷ କେନ୍ଦ୍ର ବଜେଟକୁ ବିଭିନ୍ନ ଦୃଷ୍ଟିକୋଣରୁ ସମାଲୋଚନା କରି ଏହି ବଜେଟ କୃଷକ ବିରୋଧୀ ବୋଲି କହିଥିଲେ ।