ଓସିଏସ-୨୦୨୩ ପ୍ରିଲିମ ପରୀକ୍ଷା ଫଳ ପ୍ରକାଶିତ

 କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପି୍ରଲିମ ପରୀକ୍ଷା-୨୦୨୩ର ଫଳ ଶୁକ୍ରବାର ପ୍ରକାଶିତ ହୋଇଛି । ପି୍ରଲିମ ପରୀକ୍ଷାରେ ମୋଟ ୪୭୯୯ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି  । ସେମାନଙ୍କ ମଧ୍ୟରେ ୧୫୭୩ ଜଣ ମହିଳା ଅଛନ୍ତି । ସମସ୍ତ ପ୍ରାର୍ଥୀ ଓସିଏସ-୨୦୨୩ର ମୁଖ୍ୟ ପରୀକ୍ଷା ପାଇଁ ଚୟନ ହୋଇଛନ୍ତି । ତେବେ ଯେଉଁମାନେ ପି୍ରଲିମି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ସେମାନେ ଓପିଏସସିର ୱେବସାଇଟକୁ ଯାଇ ରୋଲ ନମ୍ବର ଦେଲେ ଫଳାଫଳ ଜାଣିପାରିବେ ବୋଲି ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି । ଏହି ପି୍ରଲିମ ପରୀକ୍ଷା ଗତବର୍ଷ ଡିସେମ୍ବର ୧୫ ତାରିଖରେ ଅନୁଷ୍ଠିତ ହୋଇଥିଲା । ଓସିଏସ (ମୁଖ୍ୟ) ପରୀକ୍ଷା ୨୦୨୩ ପାଇଁ ଆଗାମୀ ଦିନରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ବିଜ୍ଞପ୍ତି ଓପିଏସସିର ୱେବସାଇଟରେ ଉପଲବ୍ଧ କରାଯିବ ବୋଲି ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି ।